ଅନ୍ଧାରରେ ଏଭଳି ଦିଶୁଛି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର, ଫଟୋ ପଠାଇଲା ଚନ୍ଦ୍ରଯାନ-୨ର ଅର୍ବିଟର – Utkal Mail
ନୂଆଦିଲ୍ଲୀ: ସେପ୍ଟେମ୍ବର ୫, ୨୦୨୩ରେ ଚନ୍ଦ୍ରର ସେହି ଅଂଶରେ ରାତି ହୋଇଯାଇଥିଲା ଯେଉଁଠାରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା। ଏବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ଅନ୍ଧାରରେ କିପରି ଦେଖାଯାଉଛି, ତାହାର ଏକ ଝଲକ ଦେଖିବାକୁ ମିଳିଛି। ଲ୍ୟାଣ୍ଡର୍ ଅନ୍ଧାରରେ କିପରି ଦିଶୁଛି, ଏହା ଜାଣିବା ପାଇଁ ଚନ୍ଦ୍ରଯାନ-୨ର ଅର୍ବିଟରକୁ ଏହା ଉପର ଦେଇ ପାସ୍ କରାଯାଇଥିଲା। ଅର୍ବିଟରରେ ସ୍ଥାପିତ ସ୍ୱତନ୍ତ୍ର କ୍ୟାମେରା ରାତିର ଅନ୍ଧକାରରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର କିପରି ଦିଶୁଛି, ତାହାର ଏକ ଫଟୋ ଉଠାଇଥିଲା। ଏବେ ଇସ୍ରୋ ଅର୍ବିଟର ପଠାଇଥିବା ଏହି ଫଟୋକୁ ଟ୍ବିଟ କରି ଭାରତବାସୀଙ୍କ ସହ ସେୟାର କରିଛି।
Chandrayaan-3 Mission:
Here is an image of the Chandrayaan-3 Lander taken by the Dual-frequency Synthetic Aperture Radar (DFSAR) instrument onboard the Chandrayaan-2 Orbiter on September 6, 2023.More about the instrument: pic.twitter.com/ofMjCYQeso
— ISRO (@isro) September 9, 2023
ସେପ୍ଟେମ୍ବର ୬, ୨୦୨୩ରେ ନିଆଯାଇଥିବା ଫଟୋରେ ଚନ୍ଦ୍ରପୃଷ୍ଠ ନୀଳ, ସବୁଜ ଏବଂ ଗାଢ଼ କଳା ଦେଖାଯାଉଛି। ଏହାର ମଝିରେ ରହିଛି ଲ୍ୟାଣ୍ଡର। ଫଟୋରେ ହଳଦିଆ ରଙ୍ଗର ଏକ ଜିନିଷ ଆପଣଙ୍କୁ ଦୃଶ୍ୟମାନ ହେଉଥିବ। ତାହା ହେଉଛି ବିକ୍ରମ ଲ୍ୟାଣ୍ଡର।

ଚନ୍ଦ୍ରଯାନ-୨ର ଅର୍ବିଟର ଅଗଷ୍ଟ ୨୫, ୨୦୨୩ରେ ଚନ୍ଦ୍ରଯାନ-୩ର ଏହି ଫଟୋ ଉଠାଇଥିଲା, ଯେଉଁଥିରେ ବାମ ପାର୍ଶ୍ୱର ଫଟୋରେ ଖାଲି ସ୍ଥାନ ଥିବା ବେଳେ ଡାହାଣ ଫଟୋରେ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଦୃଶ୍ୟମାନ ହେଉଥିଲା।