ଦେଶ ବିଦେଶ

ବିମାନରୁ ବାହାରିବା ପୂର୍ବରୁ ସ୍ବାମୀଙ୍କ ଟାଏ ଠିକ୍ କଲେ ଅକ୍ଷତା, ଭାଇରାଲ ହେଲା ଫଟୋ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠୁ ଆରମ୍ଭ ହୋଇଛି ୨ଦିନିଆ ଜି-୨୦ ଶିଖର ସମ୍ମିଳନୀ। ବିଶ୍ବର ୨୦ଟି ଶକ୍ତିଶାଳୀ ଦେଶର ନେତା ଏଥିରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଯିଏ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ସହ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ସୁନକ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଛନ୍ତି। ଏମଧ୍ୟରେ ଅକ୍ଷତା ମୂର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫଟୋରେ ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ବିମାନରେ ଥିବା ବେଳେ ଅକ୍ଷତା ସ୍ବାମୀଙ୍କ ଟାଏ ଠିକ କରୁଥିବା ଦେଖାଯାଇଛି।

ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁନକଙ୍କ ବିମାନ ଅବତରଣ କରିବ‌ା ପରେ ଏହି ଫଟୋ ଉଠାଯାଇଥିଲା। ଏହି ଫଟୋରେ ପାଲମ ବିମାନବନ୍ଦରରେ ଅକ୍ଷତା ମୂର୍ତ୍ତୀ ବିମାନରୁ ବାହାରିବା ପୂର୍ବରୁ ତାଙ୍କ ସ୍ୱାମୀ ସୁନକଙ୍କ ଟାଏ ଠିକ୍ କରିଥିବା ଦେଖାଯାଇଛି। ଏହି ଫଟୋରେ ନଜର ଆସୁଥିବା ସରଳତା ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ଜୀବନର ଝଲକ ପ୍ରଦାନ କରିଛି। ଅକ୍ଷତା ଏହି ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେଉଛି। ଅନେକ ଲୋକ ଏହି ଦମ୍ପତିଙ୍କ ସମ୍ପର୍କକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

aajtak

ତେବେ ତାଙ୍କର ତିନି ଦିନିଆ ଗସ୍ତ ସମୟରେ ସୁନକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ପାଲମ ବିମାନବନ୍ଦରରେ ଜୟ ସିଆରାମ କହି ସ୍ବାଗତ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button