ଭାଇରାଲ ଗାର୍ଲ ମୋନାଲିସା ଯେମିତି ସୁନ୍ଦର ଓ ଆକର୍ଷଣୀୟ, ତାଙ୍କ ସ୍ବର ଶୁଣିଲେ ଆପଣ ହେଇଯିବେ ତାଜୁବ

ପ୍ରୟାଗରାଜର ମହାକୁମ୍ଭ ମେଳାରେ ମାଳା ବିକୁଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି । ତାଙ୍କର ସୁନ୍ଦର ଆଖି ଏବଂ ସରଳ ବ୍ୟକ୍ତିତ୍ୱ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ମହାକୁମ୍ଭର ଭାଇରାଲ ଝିଅ ଭାବରେ ଏବେ ବେଶ୍ ଜଣାଶୁଣା । କେବଳ ଏତିକି ନୁହେଁ, ତାଙ୍କ ଭାଗ୍ୟ ଏତେ ବଦଳିଗଲା ଯେ ଏବେ ସେ ଫିଲ୍ମରେ ପାଦ ଦେବା ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛି । ଅଭିନୟ ଏବଂ ଗ୍ରୁମିଂ କ୍ଲାସ ନେଉଥିବା ମୋନାଲିସା ତାଙ୍କର ଏକ ନୂଆ ଭିଡିଓ ସେୟାର କରିଛନ୍ତି ।
ଯେଉଁଥିରେ ସେ ଏକ ଗୀତ ଗାଉଥିବାର ଦେଖାଯାଉଛି । ଯାହା ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କ ଭିତରେ ରହିଥିବା ପ୍ରତିଭାକୁ ବେଶ୍ ପ୍ରଶଂସା କରିଛନ୍ତି ଏହା ସହ ତାଙ୍କ ଗୀତ ଗାଉଥିବା ଭିଡିଓରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ପ୍ରଶଂସକ । ତେବେ ଭିଡିଓଟି ହେଇଛି କେରଳର । ମୋନାଲିସା ଯେତେବେଳେ ଏକ ଅଳଙ୍କାର ବ୍ରାଣ୍ଡ ପାଇଁ କେରଳରେ ପହଞ୍ଚିଥିଲେ। ଯେଉଁଠାରେ ସେ ୧୯୯୯ ମସିହାରେ ଆସିଥିବା ହିନ୍ଦୁସ୍ତାନ କି କସମ ଚଳଚ୍ଚିତ୍ରର “ଜଲୱା ଜଲୱା” ଗୀତର କିଛି ଧାଡ଼ି ଗାଇଛନ୍ତି ।
ଏହି ସମୟରେ ମୋନାଲିସା ଏକ ଲାଲ ସୁଟ୍ ପିନ୍ଧିଛନ୍ତି । ଭିଡିଓ ସହିତ ମୋନାଲିସା କ୍ୟାପସନରେ ଲେଖିଛନ୍ତି ମୋର ଗୀତ ଗାଇବା ଭିଡିଓ । ପ୍ରଶଂସକମାନେ ଏଥିରେ ହାର୍ଟ ଇମୋଜି ବର୍ଷା କରିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଭାରତରେ ତୁମଠାରୁ ୧୦୦ ଗୁଣ ଅଧିକ ଆଶ୍ଚର୍ଯ୍ୟଜନକ ଏବଂ ସୁନ୍ଦର ଝିଅ ଅଛନ୍ତି । କିନ୍ତୁ ମୁଁ ପଚାରିବାକୁ ଚାହୁଁଛି ଯେ ମୋନାଲିସାଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ଝିଅ କିଏ କହିଥିଲା ? ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ତୁମେ ବହୁତ ଆଗକୁ ଯିବ ଭଉଣୀ ।
ତୃତୀୟ ବ୍ୟବହାରକାରୀ ଲେଖିଛନ୍ତି ତୁମେ ବହୁତ ସୁନ୍ଦର । ଚତୁର୍ଥ ବ୍ୟବହାରକାରୀ ଲେଖିଛନ୍ତି ତୁମେ ବହୁତ କ୍ୟୁଟ । ବଡ଼ ପରଦାରେ ନଜର ଆସିବେ ସୁନ୍ଦରୀ ମୋନାଲିସା ଭୋଁସଲେ । ଆଗାମୀ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ରେ ମୋନାଲିସାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି ନିର୍ଦ୍ଦେଶକ ସଜୋନ ମିଶ୍ରା । ଫିଲ୍ମ ପାଇଁ ନିର୍ଦ୍ଦେଶକ ସଜୋନ ମିଶ୍ରା କିଛିଦିନ ତଳେ ଇନ୍ଦୋର ସ୍ଥିତ ମାହେଶ୍ବରୀ ଗାଁରେ ପହଞ୍ଚି ମୋନାଲିସାଙ୍କ ବାପା, ମାଆଙ୍କ ସହ କଥା ହୋଇଥିଲେ ।
ଆଉ ସିନେମା ପାଇଁ ସାଇନ୍ ମଧ୍ୟ କରିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସିନେମା ପାଇଁ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ଫିସ୍ ମିଳିବ । କେବଳ ସେତିକି ନୁହେଁ ମୋନାଲିସାଙ୍କୁ ୧ ଲକ୍ଷ ଟଙ୍କାର ସାଇନିଂ ଆମାଉଣ୍ଟ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶକ ସଜୋନ ।