କ୍ରୀଡା

ଏସିଆ କପ୍‌: ବାଂଲାଦେଶ ଆଗରେ ୨୫୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା – Utkal Mail


କଲମ୍ବୋ: ଏସିଆ କପ୍‌-୨୦୨୩ ଅଧିନ ସୁପର-୪ ମୁକାବିଲାର ୨ୟ ମ୍ୟାଚ୍‌ରେ ଶନିବାର ବାଂଲାଦେଶକୁ ଶ୍ରୀଲଙ୍କା ୨୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। କଲମ୍ବୋସ୍ଥିତ ଆର୍‌ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୨୫୭ ରନ୍‌ ସଂଗ୍ରହ କରିଛି। ଏଥିରେ ସଦୀରା ସମରାବିକ୍ରମାଙ୍କ ୯୩ ରନ୍‌ ଯୋଗଦାନ ଥିଲା।  ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୫୮ ରନ୍‌ର ଆବଶ୍ୟକତା ଅଛି।

ଶ୍ରୀଲଙ୍କା ପାଇଁ ପାଳି ଆରମ୍ଭ କରିଥିଲେ ପାଥୁମ ନିଶଙ୍କା (୪୦) ଓ ଦିମୁଥ କରୁଣାରତ୍ନେ (୧୮)। ଦଳର ସ୍କୋର ୩୮ ରନ୍‌ ଥିବା ବେଳେ କରୁଣରତ୍ନେ ହାସନ୍‌ ମହମ୍ମଦଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଶ୍ରୀଲଙ୍କା ଦ୍ବିତୀୟ ୱିକେଟ୍‌ ହରାଇବା ପୂର୍ବରୁ ସ୍କୋର ୧୦୮ ରନ୍‌ରେ ପହଞ୍ଚି ସାରିଥିଲା। କୁସାଲ ମେଣ୍ଡିସଙ୍କ ଅର୍ଦ୍ଧଶତକ (୫୦) ଓ ସଦୀରାଙ୍କ ୯୩ ରନ୍‌ ବଳରେ ଦଳ ଭଲ ସ୍କୋର କରିପାରିଥିଲା। ଦାସୁନ ଶନଙ୍କା ବ୍ୟକ୍ତିଗତ ଭାବେ ୨୪ ରନ୍‌ ସଂଗ୍ରହ କରିଥିଲେ।

ବାଂଲାଦେଶ ପକ୍ଷରୁ ତସ୍କିନ ଅହମଦ ଓ ହାସନ ମହମ୍ମଦ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ। ସେହିପରି ସୌରିଫୁଲ ଇସ୍‌ଲାମ ୨ଟି ୱିକେଟ୍‌ ନେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button