ଜାଣିଜାଣି ସ୍ତ୍ରୀକୁ ଏଚ୍ଆଇଭି ସଂକ୍ରମିତ କରାଇ ବାପଘରେ ଛାଡ଼ିଆସିଲେ ସ୍ବାମୀ – Utkal Mail
ମେରଠ: ଉତ୍ତରପ୍ରଦେଶର ମେରଠରୁ ଚକିତ କରିବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଏଚ୍ଆଇଭି ସଂକ୍ରମିତ ଥିବା ସତ୍ତ୍ବେ ତାଙ୍କୁ ନଜଣାଇ ବାହା ହୋଇଛନ୍ତି। ଯାହାପରେ ମହିଳା ଜଣକ ଏବେ ଏଚ୍ଆଇଭି ସଂକ୍ରମଣର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ, ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଅଭିଯୁକ୍ତ ସ୍ବାମୀ ତାଙ୍କୁ ତାଙ୍କ ବାପଘରେ ଛାଡ଼ି ଦେଇ ଯାଇଛନ୍ତି। ମହିଳାଙ୍କ ସଂପର୍କୀୟମାନେ ଅଭିଯୁକ୍ତ ଜ୍ବାଇଁଙ୍କ ବିରୁଧରେ ଥାନାରରେ ଅଭିଯୋଗ ଆଣିଛନ୍ତି।
ଏହି ମାମଲା ମେରଠର ପଲ୍ଲବପୁରମ୍ ଥାନାର। ଏଠାରେ ଜଣେ ବାପ ୨୦୨୧ ମସିହାରେ ନିଜ ଝିଅକୁ ବାହା ଦେଇଥିଲେ। ଝିଅର ବାପା ବାହାଘରରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଝିଅ ଖୁସିରେ ରହିବ ଭାବି କନ୍ୟାଦାନ କରିଥିଲେ। ଏହାପରେ ବି କନ୍ୟାର ଶଶୁରଘର ଲୋକ ସନ୍ତୁଷ୍ଟ ନଥିଲେ। ସେମାନେ ବାରମ୍ବାର ଯୌତୁକ ପାଇଁ ବୋହୂ ଉପରେ ଚାପ ପକାଉଥିଲେ ବୋଲି ଅଭିଯୋଗ ହୋଇଛି।
ସବୁକିଛି ପରେ ବି ନିଜ ପରିବାର ଲୋକଙ୍କ ପାଇଁ ଝିଅଟି ସବୁ ଚୁପ୍ ଚାପ୍ ସହି ଯାଉଥିଲା। ଦିନେ ଅଚାନକ ଜଣାପଡ଼ିଲା ଯେ ଝିଅଟି ଏଚ୍ଆଇଭି ସଂକ୍ରମିତ। ତାହା ପୁଣି ନିଜ ସ୍ବାମୀଙ୍କ କାରଣରୁ। ଯାଞ୍ଚ୍ କରିବାରୁ ଜଣାପଡ଼ିଲା ଯେ ଅଭିଯୁକ୍ତ ଯୁବକ ଜଣକ ଏଚ୍ଆଇଭି ସଂକ୍ରମିତ ହୋଇ ମଧ୍ୟ ନିଜ ରୋଗକୁ ଲୁଚାଇ ବାହା ହୋଇଥିଲେ। ହେଲେ ଯେତେବେଳେ ତାଙ୍କ ପତ୍ନୀ ରୋଗରେ ପଡ଼ିଲେ ତ ସେ ତାଙ୍କୁ ମାର୍ଧର୍ କରି ଆଣି ବାପଘରେ ଛାଡ଼ି ଦେଇ ଯାଇଥିବା ଝିଅର ବାପା ପୁଲିସ୍ରେ ଅଭିଯୋଗ ଆଣିଛନ୍ତି।