ରାଜନୀତି

ଏମିତି କାହିଁକି କହିଲେ ବିଜେଡି ରାଜ୍ୟସଭା ସାଂସଦ Sulata Deo ? କରୁଛନ୍ତି କି ବଡ଼ ଯୋଜନା ? ଏବେ କଣ କରିବେ ନବୀନ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କରୁଛନ୍ତି କି ବଡ଼ ଯୋଜନା  ? କହୁଛନ୍ତି ବସିବେ ବିରୋଧୀଙ୍କ ସଙ୍ଗେ… ଆଉ ଚଳାଇ ଦେବେନି ସରକାର.. ଏଥର କୁଆଡ଼େ ଦଳର ଫାଉଣ୍ଡସେନ୍ ଡେ’ କୁ ମଧ୍ୟ ଆସିନଥିଲେ ସେ.. ତେବେ ଆମେ ଏଭଳି କହିବା ପଛରେ କାରଣ ହେଉଛି ବିଜେଡି ସାଂସଦ ସୁଲତା ଦେଓ ନିଜ ଇନଷ୍ଟାରେ ପୋଷ୍ଟ କରିଛନ୍ତି ଏକ ଭି-ଡି-ଓ, ତେବେ ଆସନ୍ତୁ ଜାଣିନେବା ଏ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

ବିଜେଡି ସାଂସଦ ସୁଲତା ଦେଓ ନିଜ ଇଂଷ୍ଟା ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଏକ ଭି-ଡି-ଓ, ଯେଉଁଥିରେ କିଏ ଜଣେ କହୁଛନ୍ତି ଯେ ବୋହୂ ମୁଁ ଏହି ଘରର ମୁଖ୍ୟମନ୍ତ୍ରୀ, ତୁମ ଶ୍ଵଶୁର ଉପମୁଖ୍ୟମନ୍ତ୍ରୀ, ତୁମର ସ୍ଵାମୀ କ୍ୟାବିନେଟ ମନ୍ତ୍ରୀ, ଆଉ ଯେତେବେଳେ ସୁଲତାଙ୍କ କଥା ପଚରା ଯାଉଛି ସେ କହୁଛନ୍ତି ଯେ ସେ ବସିବେ ବିରୋଧୀ ଦଳରେ । ତାଙ୍କ ସରକାର କୁ ଚଳାଇ ଦେବେ ନାହିଁ । ସାଂସଦ ଙ୍କ ସୋ-ସି-ଆ-ଲ ମି-ଡି-ଆ ପ୍ଲାଟଫର୍ମରେ ଏବଂ ଇଂଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭି-ଡି-ଓ ଟି ହୁଏତ ଏକ ମଜାଳିଆ ଭିଡିଓ ହୋଇଥାଇପାରେ ।

ବୋଧହୁଏ ଏଣ୍ଟଟେରମେଣ୍ଟ ପାଇଁ ସୁଲତା ଏହାକୁ କରିଥାଇ ପାରନ୍ତି । ମାତ୍ର ଜଣେ ସାଂସଦ ଯେ କି ସମାଜର ଜଣେ ରୋଲ ମଡେଲ ସେ ଏଭଳି ଗମ୍ଭୀର ରାଜନୈତିକ ବିଷୟ ଉପରେ ମଜାଳିଆ ଭି-ଡି-ଓ କରିବା କେତେଦୂରେ ଠିକ ? ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ପୁରୀଠାରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ମଧ୍ୟ ସୁଲତା କୁଆଡେ ଉପସ୍ଥିତ ନଥିଲେ । ଦିଲ୍ଲୀରେ ଥାଇ ମଧ୍ୟ ସେ ବୈଠକରେ ଯୋଗ ଦେଇ ପାରିଲେ ନାହିଁ ।

ଏଥିରେ ଦଳର ପ୍ରାୟ ସମସ୍ତ ସଦସ୍ୟ ଭାଗ ନେଇଥିଲେ । ସେ ସଶ୍ମିତ ପାତ୍ର ହୁଅନ୍ତୁ ଅଥବା ଅନ୍ୟ ବରିଷ୍ଠ ସଦସ୍ୟ ସମସ୍ତେ ସମୟ ବାହାର କରି ଆସିଲେ କିନ୍ତୁ ସୁଲତା ଙ୍କ ସମୟ ଅଭାବରୁ ସେ କୁଆଡେ ଆସି ପାରିନଥିଲେ । ବର୍ତ୍ତମାନ ଏହାକୁ ନେଇ ଦଳରେ ଅନେକ ଚର୍ଚ୍ଚା ହେଉଛି । କାରଣ ମଞ୍ଚ ଉପରେ ନବୀନ ମା’ ଙ୍କ ସହାୟତାରେ ଆଗାମୀ 100 ବର୍ଷ ପାଇଁ ସ୍ଵପ୍ନ ଦେଖୁଥିବା ବେଳେ ସୁଲତା ଙ୍କ ଅନୁପସ୍ଥିତି ଅନେକ ଚର୍ଚ୍ଚା ସୃଷ୍ଟି କରିଛି ।

ତେବେ ଏହିଭଳି ଭାଇରାଲ ଭିଡିଓ କରିବାକୁ ନେଇ ଦଳ ପକ୍ଷରୁ କିଛି କୁହାଯାଇଛି କି ନାହିଁ ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ଦଳ ଏଭଳି କରିବା ପାଇଁ କ’ଣ ଅନୁମତି ଦେଇଛି ? ଏହିଭଳି କିଛି ପ୍ରଶ୍ନ ବର୍ତ୍ତମାନ ସାଧାରଣ ଲୋକ ଙ୍କ ମନରେ ଉଙ୍କି ମାରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button