ଓଡିଶା
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସମ୍ବଲପୁରରେ ବିରୋଧ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଚିଠି ପରେ ସମ୍ବଲପୁରରେ ବିରୋଧ ପ୍ରଦର୍ଶନ କରାଯାଇଛି । ଗୋଲବଜାର ଛକଠାରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ, ହାଇକୋର୍ଟ ସ୍ଥାୟୀ ବେଞ୍ଚ କିଭଳି ପ୍ରତିଷ୍ଠା କରାଯିବ ସେନେଇ କେନ୍ଦ୍ର କୌଣସି ପଦକ୍ଷେପ ନେଉ ନଥିବା ସଂଘ ଅଭିଯୋଗ କରିଛି। ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିବା କହିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ।

