କ୍ରାଇମ

‘ହେ ଭଗବାନ କୌଣସି ପରିବାର ସହିତ ଏମିତି ନଘଟୁ’ – Utkal Mail


ନୂଆଦିଲ୍ଲୀ: ଭାଗଲପୁରର ନବଗଚ୍ଛିୟାର ଜଣେ ମହିଳା ପ୍ରେମିକ ସହ ଫେରାର ହୋଇଯିବାର ଘଟଣା ସାମ୍ନାକୁ ଆସିଛି। ଫେରାର ହୋଇଯାଇଥିବା ଉକ୍ତ ମହିଳା ଜଣକ ବିବାହିତ ଥିବା ସହିତ ଦୁଇସନ୍ତାନର ମା’ ମଧ୍ୟ ଥିବା ଜଣାପଡ଼ିଛି।

ମୁରଲି ଗ୍ରାମରେ ରହୁଥିବା ବ୍ରଜେଶ କୁମାର ସିଂହ ଥାନାରେ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଛନ୍ତି। ବ୍ରଜେଶ ଅଭିଯୋଗ କରି କହିଛନ୍ତି, ‘ସୁଷମା ଦେବୀକୁ ମୁଁ ୮ବର୍ଷ ପୂର୍ବେ ବିବାହ କରିଥିଲି। ବିବହାର ୮ବର୍ଷ ଭିତରେ ଆମର ଦୁଇଟି ସନ୍ତାନ ରହିଛନ୍ତି। ହସଖୁସିରେ ପରିବାର ଚାଲିଥିଲା। ସୁଷମା ଏଇ କିଛିଦିନ ହେବ ଫେସବୁକ ମାଧ୍ୟମରେ ରିଲ କରୁଥିଲା। ଏହି ରିଲ ପାଇଁ ସେ ଘର ପରିବାର ପ୍ରତି ଏତେ ଆଉ ଧ୍ୟାନ ଦେଉ ନଥିଲା। ଏହାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ବି ଲାଗୁଥିଲା। ଏହାରି ଭିତରେ ସୁଷମା ପାଟନାର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲା।

ଆଉ ଗତ ସେପ୍ଟେମ୍ବର ୫ ତାରିଖରେ ସେ ଦୁଇପିଲାଙ୍କୁ ଖାଇବାକୁ ଦେଇ ସ୍କୁଲ ପଠାଇ ଥିଲା। ଏହାପରେ ମୁଁ କାମକୁ ବାହାରି ଯାଇଥିଲି। ସେ ଆଧାରକାର୍ଡ ତିଆରି କରିବ କହି ଘରୁ ଯାଇଥିଲା। ଆଉ ସେପଟୁ ସ୍କୁଲରୁ ପିଲାଙ୍କୁ ଧରି ଫେସବୁକ ‌ପ୍ରେମିକ ସହ ଘର ଛାଡ଼ି ଫେରାର ହୋଇଯାଇଛି। ମୋ ପରିବାର ଛାରଖାର ହୋଇଯାଇଛି। ଘରଲୋକ ଖିଆପିଆ ଛାଡ଼ି ଦେଇଛନ୍ତି। ଗ୍ରାମବାସୀ ଟାହିଟପରା କରୁଛନ୍ତି। ଭଗବାନଙ୍କୁ ଏତିକି ଡାକୁଛି ମୋ ପରିବାର ସହିତ ଯାହା ଘଟିଲା ସେମିତି ଆଉ କୌଣସି ପରିବାର ସହିତ ନଘଟୁ।’

ବ୍ରଜେଶ କୁମାର ସିଂହଙ୍କ ଅଭିଯୋଗକୁ କେନ୍ଦ୍ରକରି ସୁଷମା ଦେବୀ ବିରୋଧରେ ମାମଲା ରୁଜୁ କରି ଫୋନ ଟ୍ରାକ କରି ସୁଷାମା ଓ ତାଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଯାଞ୍ଚ ଚଲାଇଛି ପୁଲିସ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button