ନୀତି

ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା’ ବିରଜାଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ

ଶୁଭ ସୁନିଆରେ ଶୁଭାରମ୍ଭ । ଯାଜନୁରର ଅଧିଷ୍ଠାତ୍ରୀ ଦେବୀଙ୍କ ରଥ ନିର୍ମାଣ ପାଇଁ ସମ୍ପନ୍ନ ହୋଇଛି ବନଯାଗ ଯାତ୍ରା । କହିବାକୁ ଗଲେ ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ହିଁ ଆରମ୍ଭ ହୋଇଛି ମା’ ବିରଜାଙ୍କ ଶାରଦୀୟ ପୂଜା । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରଥମେ ମନ୍ଦିରରେ ନବାଙ୍କ ପୂଜା ଏବଂ ସେବାୟତଙ୍କ ମଙ୍ଗଳାର୍ପଣ ପରେ ବନଯାଗ ଯାତ୍ରା ହୋଇଥିଲା ।

ଗୁରୁବାର ଅପରାହ୍ନରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ର ଓ ଜ୍ଞାନ ରଞ୍ଜନ ପତି, ସରୋଜ ପତି ଏବଂ ଅନ୍ୟ ପୁରୋଧାମାନଙ୍କ ନେତୃତ୍ୱରେ ବଳି ମଣ୍ଡପରେ ବିଧି ମୁତାବକ ସାବିତ୍ରୀ ଓ ସରସ୍ୱତୀ ଆହ୍ୱାନ କରି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜା ପରେ ଦେବୀଙ୍କ ସିଂହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ ରୀତିନୀତି ସହ ପୂଜାର୍ଚ୍ଚନା ପରେ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ମନ୍ଦିର ନିକଟସ୍ଥ ନହରପଦା ଗ୍ରାମର ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କ ବାଡିରୁ କାଷ୍ଠ ସଂଗ୍ରହ କରାଯାଇଛି ।

ନିଷ୍ଠାର ସହ ଗଛକୁ ପୂଜା କରାଯିବା ପରେ ରଥ ନିର୍ମାଣକାରୀ ବିଶ୍ବକର୍ମା ବିଲ୍ବ ଡାଳ କାଟିଥାନ୍ତି । ସୁନିଆ ପର ଦିନ ଠାରୁ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ପୁରୋଧା କହିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ, ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସୁବନ୍ଦୋବସ୍ତ କରିଥିଲେ ।

ଏହି ଅବସରରେ ବିରଜା ମନ୍ଦିରର ପୂଜକ ସତ୍ୟନାରାୟଣ କର ତଥା ଅନ୍ୟ ଅଙ୍ଗଲାଗି ସେବାୟତଙ୍କ ସମେତ ବିଭିନ୍ନ ବର୍ଗର ସେବାୟତ ଉପସ୍ଥିତ ଥିଲେ । ଆସନ୍ତା ୧୪ ତାରିଖରରେ ମୂଳାଷ୍ଟମୀ ଅବସରରେ ମାଆଙ୍କର ଷୋଡ଼ଶ ପୂଜା ଆରମ୍ଭ ହେବ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button