ଦେଶ ବିଦେଶ

IBରେ ଜୁନିୟର ଇଣ୍ଟେଲିଜେନ୍ସ ଅଫିସର ପାଇଁ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଯଦି ଆପଣ ଚାକିରି ଅପେକ୍ଷାରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ରେ ଜୁନିଅର ଇଣ୍ଟେଲିଜେନ୍ସ ଅଫିସର ପଦବୀ ପାଇଁ ଘୋଷଣା କରାଯାଇଛି । ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୩୯୪

ଆବେଦନ ତାରିଖ : ଏହି ନିଯୁକ୍ତି ପାଇଁ ଅଗଷ୍ଟ ୨୮ ତାରିଖରୁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ପାଇଁ ୧୪ ଅଗଷ୍ଟକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା : ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ କିମ୍ବା ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ କିମ୍ବା କମ୍ପ୍ୟୁଟର ଇଞ୍ଜିନିୟରିଂ କିମ୍ବା କମ୍ପ୍ୟୁଟର ଆପ୍ଲିକେସନ୍ କ୍ଷେତ୍ରରେ ଡିପ୍ଲୋମା କରିଥିବା ଆବଶ୍ୟକ । ଏଥି ସହିତ ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେସନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ ।

 ଆବେଦନ ପ୍ରକ୍ରିୟା :

ପ୍ରଥମେ ଆବେଦନକାରୀ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ଏହା ପରେ ଆବେଦନକାରୀ ହୋମପେଜରେ ସମ୍ବନ୍ଧୀୟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ଲିଙ୍କ୍ ଓପନ୍ କରିବା ପରେ ଆବେଦନକାରୀ ରେଜିଷ୍ଟ୍ରେସନ କରନ୍ତୁ ।

ଏହା ପରେ ଆବେଦନ ପତ୍ର ପୂରଣ କରନ୍ତୁ ।

ଆବେଦନ ପତ୍ର ପୂରଣ କରିବା ପରେ ଫର୍ମ ସବମିଟ କରନ୍ତୁ ।

ଶେଷରେ ଫର୍ମ ସବମିଟ୍ କରି ସାରିବା ପରେ ଆବେଦନକାରୀ ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button