କାହିଁକି ଢଳିକି ରହିଛି ହୁମା ସ୍ଥିତ ବାବା ବିମଳେଶ୍ଵର ମନ୍ଦିର? ଜାଣନ୍ତୁ ଏହି ମନ୍ଦିରର ରହସ୍ୟ

କାହିଁକି ହୁମା ସ୍ଥିତ ବାବା ବିମଳେଶ୍ଵର ମନ୍ଦିର ଢଳିକି ରହିଛି । ପଶ୍ଚିମ ଓଡ଼ିଶାର ଏହି ଅନନ୍ୟ ଶୈବପୀଠ ସେଥିପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଏହି ଶିବ ମନ୍ଦିର ଅନ୍ୟ ମନ୍ଦିର ଠାରୁ ଭିନ୍ନ । ମହାନଦୀ କୂଳରେ ଥିବା ଏହି ଶୈବ ପୀଠର ମାହାତ୍ମ୍ୟ ଯେପରି ମହାନ୍ ମନ୍ଦିରର ଗଠନ ଶୈଳୀ ସେପରି ଚମତ୍କାର । ବାବା ବିମଳେଶ୍ବରଙ୍କ ମନ୍ଦିରଟି ଗୋଟିଏ ପଟକୁ ଢଳି ରହିଥିବାରୁ ଏହା ପ୍ରଭୁଙ୍କ ଚମତ୍କାରିତା ବୋଲି ଭକ୍ତଙ୍କ ମନରେ ଯୁଗଯୁଗ ଧରି ବିଶ୍ବାସ ରହି ଆସିଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ସମ୍ବଲପୁର ଜିଲ୍ଲାର ହୁମାସ୍ଥିତ ବିମଳେଶ୍ବର ମନ୍ଦିର ।
ଗୋଟିଏ ପଟକୁ ଢଳି ରହିଥିବା ଏହି ମନ୍ଦିର ଯେତିକି ଆଶ୍ଚର୍ଯ୍ୟ ସେତିକି ବିସ୍ମୟ । ପ୍ରାୟ ୮୦୦ ବର୍ଷ ପୂର୍ବେ ବର୍ତ୍ତମାନର ମନ୍ଦିର ଥିବା ସ୍ଥାନ ଜଙ୍ଗଲରେ ପରିପୂଣ୍ଣ ଥିଲା । ଏହି ସ୍ଥାନକୁ ଏକ ଗାଈ ପ୍ରତ୍ୟେକ ଦିନ ମହାନନଦୀ ପାର ହୋଇ ଆସୁଥିଲା । ଆଉ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତା’ ପହ୍ନାରୁ ଆପେ ଆପେ କ୍ଷୀର ଝରୁଥିଲା । ଏହି ଘଟଣା ଦିନେ ଗାଈ ମାଲିକ ଦେଖି ଚକିତ ହୋଇଯାଇଥିଲେ । ତାଙ୍କ ଆଖିରୁ ଝରିଯାଇଥିଲା ଲୁହ । ସେଇ ଲୁହ ଶିବଲିଙ୍ଗ ଉପରେ ପଡିବାରୁ ଲିଙ୍ଗଟି ଟିକେ ବଙ୍କା ହୋଇଯାଇଥିଲା ।
ଏହି ଅଞ୍ଚଳରେ ବାବା ବିମଳେଶ୍ଵରକଙ୍କ ପୂଜା କରିବା ପାଇଁ ଗାଈ ମାଲିକଙ୍କୁ ରାତିରେ ସ୍ଵପ୍ନାଦେଶ ହୋଇଥିଲା । ସେହିଦିନ ଠାରୁ ଏଠାରେ ବାବା ବିମଲେଶ୍ୱର ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରର ମୁଖ୍ୟ ପୂଜା ହେଉଛି ଶିବରାତ୍ରି, ଯାହା ୧୦ ଦିନ ଧରି ଚାଲିଥାଏ । ସକାଳ ୬ଟାରୁ ରାତି ୭ଟା ୩୦ ପର୍ଯ୍ୟନ୍ତ ଖୋଲା ହୋଇଥାଏ । ହେଲେ ଶ୍ରାବଣ ମାସରେ ମନ୍ଦିର ରାତି ୨ଟାରୁ ଖୋଲା ଯାଇଥାଏ । ହୁମା ବକ୍ର ମନ୍ଦିର ହେଉଛି ମଧ୍ୟଯୁଗୀୟ ସ୍ଥାପତ୍ୟ କଳାର ଚମତ୍କାର ନିଦର୍ଶନ ।
ହୁମା ଠାରେ ଥିବା ବାବା ବିମଲେଶ୍ୱଙ୍କ ଏହି ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି । ଚୌହାନ ବଂଶର ରାଜାମାନେ ମହାନଦୀ କୂଳରେ ପାହାଡ଼ ଉପରେ ଅଭିନବ ଉପାୟରେ ମନ୍ଦିର ନିର୍ମାଣ କରାଇଛନ୍ତି । ମନ୍ଦିରର ପାଚେରି ମଧ୍ୟ ଟିକେ ବଙ୍କା । ମଧ୍ୟଯୁଗର ଏପରି ଭାସ୍କର୍ଯ୍ୟ ବହୁତ କମ ଦେଖିବାକୁ ମିଳିଛି । ତେବେ ସମ୍ବଲପୁରର ତତ୍କାଳୀନ ରାଜା ବଳରାମ ଦେବ ୧୫୪୫ରେ ମନ୍ଦିର ନିର୍ମାଣ କରାଇଥିଲେ ବୋଲି ଇତିହାସରୁ ଜଣାପଡେ । ଏହି ମନ୍ଦିରର ଦୈର୍ଘ୍ୟ ୨୦୦ ପୁଟ ଓ ପ୍ରସ୍ତ ୧୨୦ ଫୁଟ୍ ।
ବାବା ବିମଳେଶ୍ୱଙ୍କ ମହିମା ଅପାର । ବାବାଙ୍କ ପାଖରେ ଯିଏ ଯାହା ମାନସିକ କରିଥାନ୍ତି, ନିଶ୍ଚୟ ପୂଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତବାବା ବିମଳେଶ୍ବରଙ୍କ ପୀଠକୁ ଧାଇଁ ଆସନ୍ତି । ମହାନଦୀ କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପର୍ଯ୍ୟଟନ ସ୍ଥଳୀ ଯାହା ପର୍ଯ୍ୟଟକମାନଙ୍କୁ ମଧ୍ୟ ବେଶ ଆକର୍ଷିତ କରିଥାଏ ।

