ବିଚାର

ନାଗ ପଞ୍ଚମୀରେ ପଡ଼ୁଛି ଅଦ୍ଭୁତ ସଂଯୋଗ, ଜାଣନ୍ତୁ କେମିତି କରିବେ ନାଗ ଦେବତାଙ୍କ ପୂଜା

ଭଗବାନ ଶିବଙ୍କୁ ସମର୍ପିତ ଶ୍ରାବଣ ମାସ । ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ମାସ । ଯଦି ଏହି ମାସରେ ମହାଦେବଙ୍କୁ ରୀତିନୀତିରେ ପୂଜା କରାଯାଏ ତେବେ ଭକ୍ତର ସବୁ ଇଚ୍ଛା ପୂରଣ ହୁଏ । ଏହି ମାସରେ ନାଗ ଦେବତାଙ୍କୁ ମଧ୍ୟ ପୂଜା କରାଯାଏ । ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କୁ ପୂଜା କରିଥାନ୍ତି ଭକ୍ତ ।

ଶ୍ରାବଣ ମାସର ପଞ୍ଚମୀ ତିଥିରେ ନାଗ ପଞ୍ଚମୀ ପର୍ବ ପାଳନ କରାଯାଏ । ଅନେକ ସ୍ଥାନରେ ଶୁକ୍ଳ ପକ୍ଷର ନାଗ ପଞ୍ଚମୀରେ ଏହି ପର୍ବ ପାଳନ କରାଯାଏ, ଯେତେବେଳେ ଅନେକ ସ୍ଥାନରେ କୃଷ୍ଣ ପକ୍ଷର ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଖାସ୍ କରି ନାଗ ପଞ୍ଚମୀ ପର୍ବ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯିବ । ଅର୍ଥାତ୍ ୨୯ ଜୁଲାଇ ମଙ୍ଗଳବାର ଦିନ ଏହି ପର୍ବ ପାଳନ ହେବ । ସୁଖ ଏବଂ ସମୃଦ୍ଧି ପାଇଁ ନାଗ ମନ୍ଦିରକୁ ଯାଇ ଭକ୍ତମାନେ ନାଗ ପଞ୍ଚମୀ ଦିନ ପୂଜା କରନ୍ତି । ଜୀବନରେ ଆସୁଥିବା ସମସ୍ତ ଅସୁବିଧାରୁ ରକ୍ଷା କରେ ଏହି ପର୍ବ ଏବଂ ଯଦି କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ ତେବେ ସେଥିରୁ ମଧ୍ୟ ଭକ୍ତମାନେ ମୁକ୍ତି ପାଆନ୍ତି ।

ଶ୍ରାବଣ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ୨୮ ଜୁଲାଇ ରାତି ୧୧:୨୮ରୁ ଆରମ୍ଭ ହେବାକୁ ଯାଉଛି ନାଗ ପଞ୍ଚମୀ । ଏବଂ ପରଦିନ ଅର୍ଥାତ୍ ୨୯ ଜୁଲାଇ ମଙ୍ଗଳବାର ଦିନ ୧୨:୨୩ରେ ଏହା ଶେଷ ହେବ । ଉଦୟ ତିଥି ଅନୁସାରେ ୨୯ ଜୁଲାଇରେ ହିଁ ନାଗ ପଞ୍ଚମୀ ପର୍ବ ପାଳିତ ହେବ । ଏହି ଦିନ ଅତ୍ୟନ୍ତ ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ନାଗ ପଞ୍ଚମୀ ଦିନ ଶିବ ଏବଂ ସିଦ୍ଧ ଯୋଗ ସୃଷ୍ଟି ହେବ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ସୃଷ୍ଟି ହେଉଛି, ଯାହା ଅତ୍ୟନ୍ତ ଶୁଭ । ନାଗ ପଞ୍ଚମୀର ଶୁଭ ସମୟ ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ୍ ୦୪:୩୨ ସକାଳ ଠାରୁ ଆରମ୍ଭ ହୋଇ ଅମୃତ କାଳ ଅର୍ଥାତ୍ ଦିନ ୦୧:୨୫ ପର୍ଯ୍ୟନ୍ତ ରହିବ ।

ଏହି ଦିନ ସର୍ପ ଦେବତାଙ୍କୁ କିପରି ପୂଜା କରିବେ ଜାଣନ୍ତୁ ।

ନାଗ ପଞ୍ଚମୀ ଦିନ ଯେକୌଣସି ନାଗ ମନ୍ଦିରକୁ ଯାଆନ୍ତୁ କିମ୍ବା ଯଦି ପାଖରେ କୌଣସି ନାଗ ମନ୍ଦିର ନାହିଁ ତେବେ ଶିବ ମନ୍ଦିରକୁ ଯାଇ ଷୋଡ଼ଶୋପଚାର ପଦ୍ଧତିରେ ପୂଜା କରନ୍ତୁ । କୌଣସି ବ୍ରାହ୍ମଣ କିମ୍ବା ଗରିବ ଅସହାୟ ବ୍ୟକ୍ତିଙ୍କୁ ପ୍ରସାଦ ଖୁଆନ୍ତୁ । ସର୍ପ ଦେବତା ତଥା ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button