ଦେଶ ବିଦେଶ

ଆସିଷ୍ଟାଣ୍ଟ ଇଞ୍ଜିନିୟର ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଗୁଜୁରାଟ ଲୋକ ସେବା ଆୟୋଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀ ଭର୍ତ୍ତି ପାଇଁ ଘୋଷଣା କରିଛନ୍ତି । ଏହି ନିଯୁକ୍ତି ପାଇଁ ୧୦୦ ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଇଚ୍ଛୁକ ପ୍ରାର୍ଥୀ ବର୍ତ୍ତମାନ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।

ପଦବୀ ବିବରଣୀ : ୧୦୦

ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜୁଲାଇ ୯ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅନଲାଇନ ମାଧ୍ୟମରେ ଆବେଦନକାରୀ ଆବେଦନ କରିପାରିବେ ।

ବୟସ ସୀମା : ଏହି ନିଯୁକ୍ତି ଭର୍ତ୍ତି ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।

ଚୟନ ପ୍ରକ୍ରିୟା : ପ୍ରଥମେ ଗୋଟିଏ ପରୀକ୍ଷା କରାଯିବ । ସେହି ପରୀକ୍ଷାର ପ୍ରଶ୍ନପତ୍ର ଓବଜେକ୍ଟିଭରେ ରହିବ । ୧୨ ଅକ୍ଟୋବରରେ ଏହାର ପ୍ରଥମ ପ୍ରକ୍ରିୟା ଆରମ୍ଭ କରାଯିବ । ସେଥିରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଏପରି ଆଧାରରେ ଚୟନ ପ୍ରକ୍ରିୟା କରାଯିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଆବେଦନକାରୀ ଶୁଳ୍କକୁ ଅନଲାଇନ ମାଧ୍ୟମରେ ଭରିବେ । ଅନ୍ୟନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।

ସେଥିରେ ଯାଇ ରେଜିଷ୍ଟ୍ରେସନ କରନ୍ତୁ ।

ଏହା ପରେ ଲଗଇନ୍ କରି ଆବେଦନ ଫର୍ମକୁ ପୂରଣ କରନ୍ତୁ ।

ଆବାୟକୀୟ ଡକ୍ୟୁମେର୍ଟ ଦେଇ ଅପଲୋଡ କରି ଧାର୍ଯ୍ୟ ହୋଇଥିବା ଶୁଳ୍କ ଭରନ୍ତୁ ।

ଶେଷରେ ଫର୍ମକୁ ସବମିଟ କରି ଏହାର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତରେ ନିଜ ପାଖରେ ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button