ବିଚାର

ଗାୟତ୍ରୀ ଜୟନ୍ତୀ କେବେ? ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ ଏବଂ ମହତ୍ତ୍ୱ

ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଅର୍ଥାତ ନିର୍ଜଳା ଏକାଦଶୀ ଦିନ ଭଗବତୀ ମା’ ଗାୟତ୍ରୀ ଆବିର୍ଭାବ ହୋଇଥିଲେ । ତେଣୁ ଏହି ଦିନକୁ ଗାୟତ୍ରୀ ଜୟନ୍ତୀ ରୂପେ ପାଳନ କରାଯାଏ । ଏହା ସାଧାରଣତଃ ଗଙ୍ଗା ଦଶହରାର ପରଦିନ ପାଳନ କରାଯାଏ । ଯାହା ଅନୁସାରେ ଚଳିତ ବର୍ଷ ଗାୟତ୍ରୀ ଜୟନ୍ତୀ ୬ ଜୁନରେ ପାଳନ କରାଯିବ । ଗାୟତ୍ରୀ ମାତାଙ୍କୁ ବେଦ ମାତା ମଧ୍ୟ କୁହାଯାଏ । ବେଦର ଜନନୀ ଗାୟତ୍ରୀ ମା’ଙ୍କୁ ଭାରତୀୟ ଶାସ୍ତ୍ରରେ ସର୍ବୋଚ୍ଚ ମାନ୍ୟତା ମିଳିଛି ।

ପୂଜା ପାଇଁ ଶୁଭ ସମୟ:

ବ୍ରାହ୍ମ ମୁହୂର୍ତ୍ତ ପ୍ରାତଃ ୪ ଟା ୨ ମିନିଟ୍‌ରୁ ୫ଟା ୩୨ ଯାଏ ରହିଛି । ସନ୍ଧ୍ୟା ମୁହୂର୍ତ୍ତ ୭ ଟା ୧୬ ମିନିଟ୍‌ରୁ ୮ଟା ୧୮ ମିନିଟ ପର୍ଯ୍ୟନ୍ତ ରହିଛି । ସେହିପରି ଅଭିଜିତ ମୁହୂର୍ତ୍ତ ଦିନ ୧୧ ଟା ୫୨ ମିନିଟ ରୁ ୧୨ ଟା ୪୮ ମିନିଟ ପର୍ଯ୍ୟନ୍ତ ରହିବ । ଏହା ଭିତରୁ କୌଣସି ବି ମୁହୂର୍ତ୍ତରେ ଆପଣ ନିଜ ସୁବିଧା ଅନୁସାରେ ଗାୟତ୍ରୀ ମା’ଙ୍କ ପୂଜା କରିପାରିବେ ।

ଗାୟତ୍ରୀ ମନ୍ତ୍ରର ଗୁରୁତ୍ଵ:

ଭଗବାନଙ୍କ ପାଇଁ ପ୍ରାର୍ଥନା ମନ୍ତ୍ର ହେବା ବ୍ୟତୀତ, ଏହା ଏକ ସୂର୍ଯ୍ୟ ମନ୍ତ୍ର ମଧ୍ୟ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଶକ୍ତି ମିଳିଥାଏ । ଏହାକୁ ବେଦର ସାର ଏବଂ ଏହାକୁ ମହାମନ୍ତ୍ର ଭାବରେ ବିବେଚନା କରାଯାଏ । ନିୟମିତ ଭାବରେ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ବ୍ୟକ୍ତିକୁ ମାନସିକ ଶାନ୍ତି, ସକାରାତ୍ମକ ଶକ୍ତି ଏବଂ ଅନ୍ୟାନ୍ୟ ଅନେକ ଲାଭ ମିଳିଥାଏ । ଗାୟତ୍ରୀ ମନ୍ତ୍ର ଜଣେ ବ୍ୟକ୍ତି ଭିତରେ ସକାରାତ୍ମକ ଶକ୍ତି ସଞ୍ଚାର କରିଥାଏ, ଯାହା ତାକୁ ଧେର୍ଯ୍ୟର ସହିତ ଜୀବନରେ ଆସୁଥିବା ଅସୁବିଧାର ସମ୍ମୁଖୀନ କରିବାକୁ ସକ୍ଷମ କରିଥାଏ ।

ଗାୟତ୍ରୀ ଜୟନ୍ତୀ ପୂଜା ବିଧି:

୧. ଗାୟତ୍ରୀ ଜୟନ୍ତୀ ଦିନ ସକାଳେ ଆପଣ ନିଜ ନିତ୍ୟକର୍ମ ସାରିବା ପରେ, ମାତା ଗାୟତ୍ରୀଙ୍କ ମୂର୍ତ୍ତି କିମ୍ବା ଏକ ଫଟୋକୁ ହଳଦିଆ କପଡା ଉପରେ ବସାଇ ଦିଅନ୍ତୁ ।

୨. ତା’ପରେ ଗଙ୍ଗାଜଳ ସିଞ୍ଚନ କରି ସ୍ଥାନକୁ ପବିତ୍ର କରନ୍ତୁ ଏବଂ ସମସ୍ତ ଦେବୀ-ଦେବୀଙ୍କ ଅଭିଷେକ କରନ୍ତୁ ।

୩. ଏହା ପରେ ଘିଅ ଦୀପ ଏବଂ ଧୂପକାଠି ଜଳାନ୍ତୁ ।

୪. ଏବେ ମା’ଙ୍କର ପଞ୍ଚୋପଚାର କିମ୍ବା ଷୋଡ଼ଶୋପଚାର ପୂଜା କରନ୍ତୁ । ପଞ୍ଚୋପଚାରର ଅର୍ଥ ପାଞ୍ଚ ପ୍ରକାରର ପୂଜା ସାମଗ୍ରୀ ସହିତ ପୂଜା କରିବା ଏବଂ ଷୋଡ଼ଶୋପଚାରର ଅର୍ଥ ୧୬ ପ୍ରକାରର ପୂଜା ସାମଗ୍ରୀ ସହିତ ପୂଜା କରିବା । ଏଥିରେ ସୁଗନ୍ଧ, ଫୁଲ, ହଳଦୀ, କୁଙ୍କୁମ, ମାଳା, ନୈବେଦ୍ୟ ଇତ୍ୟାଦି ଅର୍ପଣ କରାଯାଏ ।

୫. ତା’ପରେ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏହା ପରେ ଦେବୀ ମାଆଙ୍କ ଆଳତୀ କରନ୍ତୁ ।

୬. ଗାୟତ୍ରୀ ମାତାଙ୍କ ଆରତୀ ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରନ୍ତୁ ।

ଏହି ଦିନ ମା’ ଗାୟତ୍ରୀଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଅସୁବିଧାରୁ ମୁକ୍ତି ମିଳିଥାଏ । ଏହି ଦିନ ଗାୟତ୍ରୀ ମନ୍ତ୍ର ପାଠ କରିବାର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏହି ମନ୍ତ୍ରରେ ଏତେ ଶକ୍ତି ରହିଛି ଯେ ଏହା ସବୁ ମନସ୍କାମନା ପୂର୍ଣ୍ଣ କରିବାରେ ସମର୍ଥ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button