ଓଡିଶା

ସମସ୍ତଙ୍କ ନଜର ନବୀନ ନିବାସ ଉପରେ : ବଢୁଛି ଭିଡ଼, ଉତ୍କଣ୍ଠାରେ ଟିକେଟ୍‌ ଆଶାୟୀ

ନବୀନ ନିବାସରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ଓରଫ ଟିଟୁ । ନିଜର ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି । ନୂଆପଡ଼ାରେ ସାଙ୍ଗଠନିକ ଦକ୍ଷତା ସାଙ୍ଗକୁ ଯୁବଗୋଷ୍ଠୀ ମଧ୍ୟରେ ଟିଟୁ ଆଦୃତ ହୋଇପାରିଥିବାରୁ ବିଜେଡି ଅଧିକ ମଜଭୁତ ହେବ ବୋଲି ଦଳ ସୁପ୍ରିମୋ କହିଛନ୍ତି। ଶଙ୍ଖ ଫୁଙ୍କିବା ପରେ ବିଜେପି ବିରୋଧରେ ବିଷୋଦଗାର କରିଛନ୍ତି ଟିଟୁ। ବସନ୍ତ ପଣ୍ଡା ନୂଆପଡ଼ାକୁ ବାରମ୍ବାର ଅବହେଳା କରିବା ସହ କେବଳ ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବ ବୋଲି କହିଛନ୍ତି ଟିଟୁ।

NAVIN NIVAS-1

ନବୀନ ନିବାସରେ ବଢୁଛି ଗହଳି ଚହଳି । ସକାଳୁ ରାତି ଯାଏ ନେତା, କର୍ମୀଙ୍କ ଧାଁଦୌଡ଼ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟ ଯେତେ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ସେତିକି ବଢୁଛି ଉତ୍କଣ୍ଠା । କାହାକୁ ମିଳିବ ଟିକେଟ, କାହାର କଟିବ ଟିକେଟ ତାକୁ ନେଇ ଲାଗି ରହିଛି ସସପେନ୍ସ । ଆଶା ଓ ଆଶଙ୍କାରେ ଆଶାୟୀ। ଆଜି ନବୀନ ନିବାସ ଆସିଥିଲେ ମନ୍ତ୍ରୀ ଅନନ୍ତ ଦାସ, ଶଶିଭୂଷଣ ବେହେରା, ବିଧାୟକ ଦେବାଶିଷ ନାୟକ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ତ୍ରିନାଥ ଗମାଙ୍ଗ, ସୁବାସ ସିଂ ଓ ଅନନ୍ତନାରାୟଣ ଜେନା ପ୍ରମୁଖ। ସେହିପରି ନବୀନ ନିବାସରେ ଦେଖିବାକୁ ମିଳିଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ । ସେ ବସ୍ତା ନିର୍ବାଚନୀ ମଣ୍ଡଳୀରୁ କ୍ରମାଗତ ୫ ଥର ବିଧାୟକ ହୋଇଛନ୍ତି । ୧୯୯୦ରୁ ୨୦୧୪ ଯାଏ ବସ୍ତା ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରତିନିଧିତ୍ୱ କରିଥିବା ବେଳେ ଗତଥର ତାଙ୍କୁ ଟିକେଟ ମିଳିନଥିଲା । ତେବେ ଏଥର ବସ୍ତା ଆସନରୁ ବିଜେଡି ଟିକେଟରେ ରଘୁନାଥ ମହାନ୍ତି ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିରେ ଟିକେଟ କସରତ ମଧ୍ୟ ଆରମ୍ଭ ହେଲାଣି।
ବିଜେଡିର ପ୍ରଥମ ପର୍ଯ୍ୟାୟ ଟିକେଟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ଯେ କୌଣସି ସମୟରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button