ମନୋରଞ୍ଜନ

ୟୁଟ୍ୟୁବ୍ ବଏ ! ୭ବର୍ଷର ନାବାଳକ ଘରେ ବସି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଖେଳକୁଦର ବୟସରେ ୟୁଟ୍ୟୁବରେ ଧମାଲ ମଚାଇଛନ୍ତି ୭ବର୍ଷର ନିହାଲ ରାଜ୍। କୋଚି ସହରରେ ଘରେ ବସି ନାବାଳକ ଜଣଙ୍କ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା। ଏବେ ଅପଣ ଭାବୁଥିବେ କିପରି ଜଣେ ନାବାଳକ ଏତେ କମ ବୟସରେ ରୋଜଗାର କରୁଛନ୍ତି ଏତେ ପରିମାଣର ଟଙ୍କା । ଆସନ୍ତୁ ଜାଣିବା ନିହାଲଙ୍କ ୟୁଟ୍ୟୁବ୍ ମାଷ୍ଟରସେଫ୍ ହେବା ପଛର କାହାଣୀ ବିଷୟରେ ।

ପିଲାଳିଆମି ବୁଦ୍ଧିରେ ଖେଳୁଖେଳୁ ମା’ ଙ୍କୁ ରୋଷେଇରେ ସାହାଯ୍ୟ କରୁଥିଲେ ୭ବର୍ଷର ନିହାଲ । ଏହି ସମୟର ଏକ ଭିଡ଼ିଓ ପ୍ରସ୍ତୁତ କରି ତାଙ୍କ ପିତା ସୋସିଆଲ ମିଡ଼ିଆ ଏବଂ ୟୁଟ୍ୟୁବରେ ପକାଇଥିଲେ। ଯାହା ବହୁ ସଂଖ୍ୟାକ ଦର୍ଶକ ଦେଖିବା ସହ ଭାଇରାଲ ହୋଇଥିଲା। ଭିଡ଼ିଓ ଭାଇରାଲ ହେଉଥିବା ଦେଖି ନିହାଲଙ୍କ ପିତାଙ୍କୁ ତାଙ୍କ ସାଙ୍ଗସାଥି ସୋସିଆଲ ମିଡ଼ିଆରେ ଆଉ ଭିଡ଼ିଓ ପୋଷ୍ଟ କରିବା ପାଇଁ ପ୍ରୋତ୍ସାହିତ କଲେ । ଯାହା ପରେ ୟୁଟ୍ୟୁବରେ ‘କିଚାଟ୍ୟୁବ୍’ ନାମକ ଏକ ଚ୍ଯାନେଲ୍ ପ୍ରସ୍ତୁତ କରି ସେଠାରେ ତାଙ୍କ ଖାଇବା ପ୍ରସ୍ତୁତ କରୁଥିବା ଭିଡ଼ିଓ ଅପଲୋଡ଼ କରିଥିଲେ। ଏଥିରେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନେକ ପ୍ରକାରର ପୁରସ୍କାରର ବିଜେତା ମଧ୍ୟ ହୋଇଛନ୍ତି। ନିହାଲଙ୍କୁ ଆମେରିକାର ରିଆଲିଟି ସୋ ‘ଏଲେନ୍ ଡ଼ି ଜେନରେସ’ ରୁ ମଧ୍ୟ ଖାଦ୍ୟ ପ୍ରସ୍ତୁତି ପୁରସ୍କାର ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button