ଦେଶ ବିଦେଶ

ଏମରଜେନ୍ସିର ୪୩ ବର୍ଷ : ଆସନ୍ତୁ ଜାଣିବା କିପରି ବିତିଥିଲା ସେହି ସମୟ, କଣ କଣ ଘଟିଥିଲା ଘଟଣା

ଦେଶର ଜରୁରୀକାଳୀନ ପରିସ୍ଥିତିକୁ ପତ୍ରକାର ମାନେ ଅନ୍ଧକାର ନାମରେ ନାମିତ କରିଛନ୍ତି। ଆପଣଙ୍କ ସୂଚନା ପାଇଁ ଜରୁରୀକାଳୀନ ପରିସ୍ଥିତିର ଘୋଷଣା ୨୦ଟି ମୁଖ୍ୟ କାରଣରୁ କରାଯାଇଥିଲା। କିନ୍ତୁ ସେହି ସମୟରେ ଦେଶରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ତଥା ମହିଳା ଏବଂ ମିଡ଼ିଆଙ୍କୁ ବହୁ ଖରାପ ପରିସ୍ଥିତିର ସମ୍ନା କରିବାକୁ ପଡ଼ିଥିଲା।

ଜଣେ ପ୍ରସିଦ୍ଧ ସମାଜବାଦୀ ଚିନ୍ତକ ମୋହନ ନିଜର ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଜରୁରୀକାଳିନ ପରିସ୍ଥିତି ସମୟ କେବଳ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ନିଜସ୍ବ ସ୍ବାର୍ଥ ପାଇଁ ଲାଗୁ କରାଯାଇଥିଲା। ଏମରଜେନ୍ସି ବା ଜରୁରୀକାଳିନ ପରିସ୍ଥିତିର ଘୋଷଣା ପରେ ୧୯୭୫ମସିହାରେ ବହୁ ଚତୁରତାର ସହ ନିର୍ବାଚନ ସମ୍ବନ୍ଧିୟ ନିୟମ ଗୁଡ଼ିକରେ ପରରିବର୍ତ୍ତନ କରିଥିଲେ।

ଇନ୍ଦିର ଗାନ୍ଧୀଙ୍କ ଆବେଦନକୁ କୋର୍ଟରେ ସ୍ବୀକାର କରାଗଲା କାରଣ ଏହା ଦ୍ବାରା ତାଙ୍କ ରାୟବରେଲୀ ସଂସଦରେ ଚାଲୁଥିବା ନିର୍ବାଚନର ପରିଣାମକୁ ପରିବର୍ତ୍ତନ କରାଯାଇପାରିବ। ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବା ସମୟରେ ଇନ୍ଦିରାଗାନ୍ଧୀ ତାଙ୍କ ମନ୍ତ୍ରୀ ମଣ୍ଡଳର ମଧ୍ୟ କୌଣସି ଉପଦେଶ ଗ୍ରହଣ କରିନଥିଲେ। ବହୁ କମ ସଂଖ୍ୟାକ ମନ୍ତ୍ରିଙ୍କ ଉପସ୍ଥିତିରେ ଏହି ନିର୍ଣ୍ଣୟ ନିଆଯାଇଥିବା ବେଳେ ଯେଉଁମାନେ ଏହାର ବିରୋଧ କରିଥିଲେ ତାଙ୍କୁ ବୈଠକରୁ ବାହାର କରାଯାଇଥିଲା।

ଏମରଜେନ୍ସିରେ କଣ ରହିଥିଲା ଦେଶର ଚିତ୍ର :

ଜୁନ୍ ୨୫ ମଧ୍ୟରାତ୍ରୀ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ସହ ବିରୋଧି ନେତା ମାନଙ୍କୁ ଗିରଫ ନୋଟିସ ଜାରି କରାଯାଇଥିଲା। ସେହି ସମୟରେ ଜେପି ଦିଲ୍ଲୀରେ ରହିଥିବା ବେଳେ ୨୬ ତାରିଖ ସକାଳେ ପାଟନା ପାଇଁ ବାହାରିଥିଲେ ଯାହାଫଳରେ ଗିରଫ କରାଯାଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସ ତାହାର ବିରୋଧି ନେତା ମାନଙ୍କୁ ସବୁଠାରୁ ଅଧିକ ଜେଲଦଣ୍ଡ ଦେଇଥିଲା। ସେହି ସମୟର ପତ୍ରକାରଙ୍କ ଅନୁଯାୟୀ ଦେଶରେ ସମୁଦାୟ ୧୫ ହଜାର ଲୋକଙ୍କୁ ଜେଲ ଦଣ୍ଡ ବିଧାନ କରାଯାଇଥିଲା। ଏହି ସମୟରେ କୌଣସି ନିୟମ ଦେଶରେ ଲାଗୁ ନଥିଲା। ନେତା, ରାଜନେତା, ମିଡ଼ିଆ ତଥା ପୁଲିସ ସମସ୍ତେ ନିର୍ୟାତିତ ହେଉଥିଲେ। ଏଣୁ ପତ୍ରକାର ମାନଙ୍କୁ ସମସ୍ତ କାମ ଗୁପ୍ତରେ କରିବାକୁ ପଡ଼ୁଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button