ରାଜନୀତି

ଦ୍ୱିତୀୟ ଥର ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧିବାଦୀ: ଭୁପେନ୍ଦ୍ର ପଟେଲ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ପଟେଲଙ୍କ ସହ ହର୍ଷ ସିଂଘଭି, ଜଗଦୀଶ ବିଶ୍ୱକର୍ମା, ନରେଶ ପଟେଲ, ରାଘବ ଜୀ ପଟେଲ ଏବଂ କୁଓ୍ବଂରଜୀ ବାୱାଲିଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଗୁଜରାଟର ରାଜଧାନୀ ଗାନ୍ଧିନଗରର ହେଲିପେଡ୍ ଗ୍ରାଉଣ୍ଡରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ବିଜେପି ସଭାପତି ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ଗୁଜରାଟରେ ବିଜେପି କ୍ରମାଗତ ସପ୍ତମ ଥର ପାଇଁ ସରକାର ଗଠନ କରିଛି। ବିଧାନସଭା ନିର୍ବାଚନରେ ​​ବିଜେପି ୧୮୨ ମଧ୍ୟରୁ ୧୫୬ଟି ଆସନ ଜିତିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button