ଦେଶ ବିଦେଶ

‘ବିଜେପି’କୁ ବିଷଧର ସର୍ପ କହି ତାମିଲନାଡୁରୁ ବିଦା କରିବାକୁ କହି‌ଲେ ଉଦୟନିଧି ଷ୍ଟାଲିନ୍‌ – Utkal Mail


ନେବ୍ୟେଲୀ: ‘ସନାତନ ଧର୍ମ’ ଉପରେ ଦେଇଥିବା ଟିପ୍ପଣୀ ଯୋଗୁଁ ‘ବିଜେପି’ଠାରୁ ସମାଲୋଚିତ ହୋଇଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଗୈରିକ ଦଳକୁ ‘ବିଷଧର ସର୍ପ’ କହି ପୁଣି ବିବାଦ ଆରମ୍ଭ କରିଛନ୍ତି।

ରବିବାର ଦିନ ତାମିଲନାଡୁର ନେବ୍ୟେଲୀ ସହରରେ ଅନୁଷ୍ଠିତ ‘ଡିଏମ୍‌କେ’ ବିଧାୟକ ସାଭା ରାଜେନ୍ଦ୍ରନ୍‌ଙ୍କ ବିବାହ ଉତ୍ସବରେ ସେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ବିରୋଧୀ ଦଳ ‘ଏଆଇଏଡିଏମ୍‌କେ’କୁ ସମାଲୋଚନା କରି ଉଦୟନିଧି ଷ୍ଟାଲିନ୍‌ ସେମାନଙ୍କୁ ସର୍ପ ବାସ କରୁଥିବା ଆଶ୍ରୟସ୍ଥଳ ବୋଲି କହିଛନ୍ତି।

Image Courtesy of Siasat

ଲୋକସଭା ସାଂସଦ ତଥା ‘ଡିଏମ୍‌କେ’ ଉପସାଧାରଣ ସାଧାରଣ ସମ୍ପାଦକ ଏ. ରାଜା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ପ ସହିତ ତୁଳନା କରିବାର ଅଳ୍ପ ଦିନ ପରେ ଉଦୟନିଧି ଷ୍ଟାଲିନ୍‌ ଏଭଳି କହିଛନ୍ତି।

ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି, ଘର ଭିତରକୁ ପଶି ଆସିଥିବା ବିଷଧର ସର୍ପଟିକୁ ଖାଲି ଦୂରକୁ ଫିଙ୍ଗିଦେଲେ ଚଳିବ ନାହିଁ। ସେ ଯାଇ ଘର ପାଖରେ ଥିବା ଅରମାରେ ଲୁଚି ପାରେ। ଅରମା ସଫା ନ କରିବା ପର୍ଯ୍ୟନ୍ତ ସାପ ଘରକୁ ପଶୁଥିବେ।

ଏବେ ସାମ୍ପ୍ରତିକ ପରିସ୍ଥିତିକୁ ଯଦି ତୁଳନା କଲେ, ମୋ ବିଚାରରେ ତାମିଲନାଡୁ ହେଉଛି ଆମ ଘର, ବିଷଧର ସର୍ପ ହେଉଛି ‘ବିଜେପି’ ଏବଂ ଘର ପାଖରେ ଥିବା ଅରମା ହେଉଛି ‘ଏଆଇଏଡିଏମ୍‌କେ’। ଅରମା ସଫା ନ କଲେ ବିଷଧର ସର୍ପମାନଙ୍କୁ ଦୂରେଇ ପାରିବା ନାହିଁ। ‘ବିଜେପି’କୁ ହଟାଇବାକୁ ହେଲେ ‘ଏଆଇଏଡିଏମ୍‌କେ’କୁ ନିର୍ମୂଳ କରିବାକୁ ପଡ଼ିବ।




Related Articles

Leave a Reply

Your email address will not be published. Required fields are marked *

Back to top button