ବିଚାର

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା ଗାଁର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି । ଖୋଦ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । କଡ଼ା ସୁରକ୍ଷା ଭିତରେ ଗତକାଲି ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଛି ।

ରାତି ତମାମ ମାଲକାନଗିରି ଏମଭି ୨୬ ଗାଁରେ ପୁଲିସର ପହରା ଦେଇଥିଲା । ଏମଭି ୨୬ ସମେତ ପାଖ ଆଖ ଗାଁରେ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି । ମାଲକାନଗିରି ଜିଲ୍ଲାର ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ଉତ୍ତେଜନା ପରେ ଉଭୟ ଗାଁର ୧୦ କିମି ପରିଧି ମଧ୍ୟରେ ବିଏନ୍‌ଏସ୍‌ ୧୬୩ ଜାରି କରାଯାଇଛି । ପୁଲିସ୍‌ ଓ ବିଏସଏଫ୍ ଯବାନ ମୁତୟନ ରହିଛନ୍ତି । ଏମ୍‌ଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button