କ୍ରୀଡା

ସେୟାର ବଜାରରେ ଉତ୍ସାହ : ପ୍ରଥମ ଥର ପାଇଁ ୨୦,୦୦୦ ପଏଣ୍ଟ ଟପିଲା ନିଫଟି – Utkal Mail


ମୁମ୍ବାଇ : ଭାରତୀୟ ଷ୍ଟକ ବଜାର ପାଇଁ ସୋମବାର (ସେପ୍ଟେମ୍ବର ୧୧, ୨୦୨୩) ଏକ ଐତିହାସିକ ଦିନରେ ପରିଣତ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଇଣ୍ଡେକ୍ସ ନିଫ୍ଟି ପ୍ରଥମ ଥର ପାଇଁ ୨୦,୦୦୦ ଟପିବାରେ ସଫଳ ହୋଇଛି । ୧୯,୦୦୦ ପଏଣ୍ଟରୁ ୨୦,୦୦୦ ପଏଣ୍ଟରେ ପହଞ୍ଚିବାକୁ ନିଫଟି ମୋଟ ୫୨ଟି ଟ୍ରେଡିଂ ସେସନ ନେଇଥିଲା ।  ଗତ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ନିଫଟି ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇଛି ଓ ପ୍ରାୟ ୧୮.୯ ବିଲିୟନ ଡଲାରର ନିବେଶ ହାସଲ କରିଛି ।

ଆଦାନୀ ଗ୍ରୁପ୍ ଷ୍ଟକ୍ ଏବଂ ବ୍ୟାଙ୍କିଙ୍ଗ୍ ଷ୍ଟକ୍ ରେ କ୍ରୟ ଯୋଗୁଁ ନିଫ୍ଟି ଏହି ମାଇଲଖୁଣ୍ଟ ହାସଲ କରିଛି। ସେହିପରି ବିଏସଇ ସେନ୍ସେକ୍ସ ପୁଣି ଥରେ ୬୭ ହଜାର ଟପିବାରେ ସଫଳ ହୋଇଛି । ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୫୫୦ ପଏଣ୍ଟ ବୃଦ୍ଧି ପାଇ ୬୭,୧୫୬ ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୮୦ ପଏଣ୍ଟ ବୃଦ୍ଧି ପାଇ ୨୦,୦୦୦ ସ୍ତରରେ ବନ୍ଦ ହୋଇଛି।  ଷ୍ଟକ ବଜାରରେ ଘରୋଇ ବିଦେଶୀ ନିବେଶକଙ୍କ  କ୍ରୟ ଯୋଗୁଁ ନିଫ୍ଟି ଏହି  ଐତିହାସିକ ସ୍ତରରେ ପହଞ୍ଚିଛି ।

ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟକୁ ଦର୍ଶାଉଥିବା ବିଭିନ୍ନ ସୂଚକ ଯେରିକି ଉତ୍ତମ ଜିଏସଟି ସଂଗ୍ରହ, ଋଣ ପ୍ରଦାନ ଅଭିବୃଦ୍ଧି, ପର୍ଜେଜିଂ ମ୍ୟାନେଜର ଇଣ୍ଡେକ୍ସରେ ଉତ୍ତମ ପ୍ରଦର୍ଶନର ସକାରାତ୍ମକ ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button