ଦେଶ ବିଦେଶ

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ! ଦୁଇ ସପ୍ତାହ ହେଲା ଦେଖିବାକୁ ମିଳୁନାହାନ୍ତି – Utkal Mail


ନୂଆଦିଲ୍ଲୀ: ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ! ଦୁଇ ସପ୍ତାହ ହେଲାଣି ଦେଖିବାକୁ ମିଳୁନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ଲି ଶାଂଗ୍‌ଫୁ।ଜନସାଧାରଣଙ୍କ ଦୃଷ୍ଟିରୁ ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଂଗ୍‌ଫୁ ୨ସପ୍ତାହ ହେଲାଣି ଗାଏବ ଥିବାରୁ ସେ କୁଆଡେ ଗଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ ଗତ ଶୁକ୍ରବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହା ଉପରେ ମନ୍ତବ୍ୟ ଦେଇଥିବା ଦେଖାଯାଇଥିଲା।

ଚାଇନାରେ ଏହା ହେଉଛି ଦ୍ୱିତୀୟ ହାଇ-ପ୍ରୋଫାଇଲ୍ ନିଖୋଜ ଘଟଣା। ଏହା ପୂର୍ବରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ମଧ୍ୟ ଜନସାଧାରଣଙ୍କ ଦୃଷ୍ଟିରୁ ହଠାତ୍ ଗ‌ାଏବ ହୋଇଯାଇଥିଲେ।

ଇମାନୁଏଲ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ପ୍ରଥମେ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ନିଖୋଜ ହୋଇଯାଇଥିଲେ, ତା’ପରେ ରକେଟ୍ ଫୋର୍ସ କମାଣ୍ଡରମାନେ ନିଖୋଜ ହୋଇଯାଇଥିଲେ ଏବଂ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଂଗ୍‌ଫୁଙ୍କୁ ଦୁଇ ସପ୍ତାହ ଧରି ସର୍ବସାଧାରଣରେ ଦେଖିବାକୁ ମିଳି ନାହିଁ। ଏହି ବେକାରୀ ଦୌଡ଼କୁ କିଏ ଜିତିବ? ଚୀନ୍‌ର ଜନସାଧାରଣ ନା ସି’ର କ୍ୟାବିନେଟ୍?




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button