ସ୍ୱାସ୍ଥ୍ୟ

ଆଣ୍ଠୁ ଗଣ୍ଠି ବିନ୍ଧା ସବୁ ଦିନ ପାଇଁ ପୁରା ଭଲ କରିଦେବ ଏହି ଗୋଟିଏ ପତ୍ର, ଏହିପରି କରନ୍ତୁ ପ୍ରୟୋଗ

ଆଗ କାଳରେ ଲୋକମାନେ ବୁଢା ହେଇଗଲା ପରେ ସେମାନେ ନିଜ ଆଣ୍ଠୁ ଗଣ୍ଠି ଅଣ୍ଟା ରେ ଯନ୍ତ୍ରଣା ଅନୁଭବ କରୁଥିଲେ । ହାଡରୁ କଟ କଟ ଆବାଜ ଆସୁଥିଲା । କିଛି ବି କାମ କରିବାକୁ ମନ ହୁଏନି । ଶରୀରରେ ଦୁର୍ବଳତା ରହୁଥିଲା । କିନ୍ତୁ ଆଜିକାଲି ଆମ ଜୀବନ ଶୈଳୀ ବା ଲାଇଫ ଷ୍ଟାଇଲ ଖରାପ ହେବା କାରଣରୁ ଆମେ ସମୟରେ ଶୋଉ ନାହୁଁ ବ୍ୟାୟାମ କରୁ ନାହୁଁ, ଖାଦ୍ଯ ପେୟ ସଂପୂର୍ଣ୍ଣ ଭାବେ ବିଗିଡି ଯାଇଛି । ଖାଇବା ପାଇଁ ଆମ ପାଖରେ ସମୟ ନାହିଁ । କିଛି ବି ଖାଇ ନେଉଛୁ ।

ଏହା ଛଡା ଫାଷ୍ଟ ଫୁଡ, ଜଙ୍କ ଫୁଡ, ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଛୁ, ଏହା ଛଡା ଆଜି କାଲି ଚା ଅଧିକ ପିଉଛୁ ଯାହା କାରଣରୁ ଶୀଘ୍ର ଆମ ଶରୀରରେ ବାର୍ଦ୍ଧକ୍ୟ ଆସି ଯାଉଛି । କମ ବୟସରେ ବାଳ ଧଳା ହେଇ ଯାଉଛି । ରୀଙ୍କଲ୍ସ ଭଳି ସମସ୍ଯା ଦେଖା ଦେଉଛି । ଆଖିତଳ କଳା ପଡି ଯାଉଛି । ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ମୁଁ ଆଜି ଆପଣଙ୍କୁ ପାନ ପତ୍ରର ଉପକାରିତା ବିଷୟରେ କହିବି । ଯାହାକୁ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଅଧିକାଂଶ ଲୋକଙ୍କ ମନରେ ପାନକୁ ନେଇ ବହୁତ ଭୁଲ ଧାରଣା ରହିଥାଏ । ସେମାନେ ଭାବନ୍ତି କି ବହୁତ ଖରାପ ଲୋକ ହିଁ ପାନ ଖାଇଥାନ୍ତି । କିନ୍ତୁ ଆୟୁର୍ବେଦ ରେ ପାନ ପତ୍ରକୁ ଏତେ ଅଧିକ ଚମତ୍କାରୀ ମନା ଯାଇଛି ଓ ଏତେ ଅଧିକ ସାତ୍ଵିକ ଭୋଜନ ମନା ଯାଇଛି ଯାହାର କଳ୍ପନା ମଧ୍ୟ ଆପଣ କରି ପାରିବେନି । ତେବେ ଚାଲନ୍ତୁ ଜାଣିବା ବାତ, ପିତ ଓ କଫ ଅନୁସାରେ ଆପଣ ପାନପତ୍ରର କିପରି ପ୍ରୟୋଗ କରିବେ ।

ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠିରେ କଷ୍ଟ ହେଉଛି କିମ୍ବା ଅଣ୍ଟାରେ କଷ୍ଟ ହେଉଛି ହାତରେ କଷ୍ଟ ହେଉଛି କିଛି ବି କାମ କରିବାକୁ ମନ ହେଉନି, ଶରୀରରେ ଦୁର୍ବଳତା ବଢି ଯାଉଛି, କ୍ୟାଲସିୟମ ର ଅଭାବ ଯଦି ଆପଣଙ୍କ ଶରୀରରେ ବହୁତ ଅଧିକ ହେଉଛି ଏବଂ ରକ୍ତର ଅଭାବ ଦେଖା ଦେଉଛି ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଶରୀରରେ ଯଦି କଷ୍ଟ ଅନୁଭବ ହେଉଛି ତେବେ ଏମିତିରେ ଆପଣଙ୍କୁ ପାନ ପତ୍ରର କେଉଁ ପ୍ରକାରର ପ୍ରୟୋଗ କରିବାକୁ ପଡିବ ।

ପ୍ରଥମେ ଆପଣ ଏକ ମିଠା ପାନ ପାତ୍ର ସଂଗ୍ରହ କରନ୍ତୁ । ଏଠାରେ ଆପଣ ଅଳ୍ପ ପରିମାଣର ଚୂନ ମଧ୍ୟ ନିଅନ୍ତୁ । ଆପଣଙ୍କୁ କହି ଦେଉଛୁ କି ପାନରେ ଯେଉଁ ମସଲା ବ୍ଯବହୃତ ହୋଇଥାଏ ତାହା ଶରୀର ପାଇଁ ହାନିକାରକ ହୋଇଥାଏ କିନ୍ତୁ ପାନରେ ବ୍ୟବହାର ହେଉଥିବା ଚୂନ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । କିନ୍ତୁ ଯଦି ଆପଣଙ୍କର କିଡନୀ ରେ ସ୍ଟୋନ ଅଛି ତେବେ ଆପଣଙ୍କୁ ଚୂନର ସେବନ କରିବା ଉଚିତ ନୁହେଁ । ଏହା ଛଡା ଏହାର ଆଉ କୌଣସି ସାଇଡ ଇଫେକ୍ଟ ନଥାଏ ।

କେମିତି ସେବନ କରିବେ

ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ଆପଣ ପାଣି ଭରି ରଖି ଦିଅନ୍ତୁ । ସକାଳୁ ସେହି ପାଣିକୁ ହାଲ୍କା ଉଷୁମ କରି ଧୀରେ ଧୀରେ କରି ପିଇ ନିଅନ୍ତୁ । ବନ୍ଧୁଗଣ ତମ୍ବା ପାତ୍ରର ପାଣି ମଧ୍ୟ ଆମ ଆଣ୍ଠୁ ଗଣ୍ଠି ସମସ୍ଯା ପାଇଁ ବହୁତ ଲାଭଦାୟକ ଅଟେ । ତା ପରେ ଏକ ପାନ ପତ୍ର ନିଅନ୍ତୁ ଓ ସେଥିରେ ଚାଉଳ ଦାନା ସଦୃଶ ଚୂନ ଲଗାନ୍ତୁ । ଧୀରେ ଧୀରେ ଏହାକୁ ଚୋବାଇ ଖାଇ ନିଅନ୍ତୁ । ଶୀଘ୍ର ଖାଇବେ ନାହିଁ ନ ହେଲେ ଆପଣଙ୍କ ପାଟି ଖାଇ ଯାଇପାରେ । ଧୀରେ ଧୀରେ ତାହାକୁ ଚୋବାଇ ଖାଇ ନିଅନ୍ତୁ । ଏହାର ପ୍ରୟୋଗ ପ୍ରତିଦିନ ନ କରି ଦିନେ ଛାଡି ଦିନେ କରନ୍ତୁ ।

ଅର୍ଥାତ ମାସକ ରେ ମାତ୍ର 15 ଦିନ ପ୍ରୟୋଗ କରନ୍ତୁ । ଧ୍ୟାନ ରଖିବେ 1 ମାସରୁ ଅଧିକ ଏହାର ପ୍ରୟୋଗ କରିବେ ନାହିଁ । ଯଦି ଆପଣ ଏହିପରି କରନ୍ତି ତେବେ ଆପଣଙ୍କର ଯଦି କ୍ୟାଲସିୟମ ଅଭାବ ରହିଥାଏ, ଶରୀରରେ ଦୁର୍ବଳତା ରହିଥାଏ ଶରୀରର ପ୍ରତ୍ଯେକ ଅଙ୍ଗ ପ୍ରତ୍ଯେଙ୍ଗ ରେ ଯଦି କଷ୍ଟ ରହୁଥାଏ ଗଣ୍ଠି ସମସ୍ଯା ଯଦି ରହୁଥାଏ, ଖଟରେ ପଡି ରହିଥିବା ବ୍ୟକ୍ତି ମଧ୍ୟ ଏହାର ସେବନ ଦ୍ଵାରା ଚଲା ବୁଲା କରିବାକୁ ଲାଗେ ।

ଯେଉଁମାନଙ୍କୁ ଆଭ୍ଯନ୍ତରୀଣ ଦୁର୍ବଳତା ରହୁଅଛି ମାନେ କିଛି ପୁରୁଷ ଅଛନ୍ତି ଆଜି କାଲି ମୋବାଇଲ ରେ ଖରାପ ଜିନିଷ ଦେଖି ଦେଖି ନିଜ ଭିତର ଶରୀର ସଂପୂର୍ଣ୍ଣ ଫାଙ୍କା ହୋଇ ସାରିଲାଣି । ଶରୀରର ସଂପୂର୍ଣ୍ଣ ଶକ୍ତି କୁ ସତ୍ୟାନାଶ କରି ସାରିଲେଣି । ଏଭଳି ପୁରୁଷଙ୍କୁ ସକାଳୁ ଉଠି ବହୁତ ଆତ୍ମଗ୍ଳାନି ଲାଗିଥାଏ ଖରାପ ଲାଗିଥାଏ । ଆପଣଙ୍କ ଶକ୍ତି କୁ ପୁନଃ ଫେରାଇ ଆଣିବା ପାଇଁ ଆପଣ ଏକ ମିଠା ପାନ ପତ୍ର ନିଅନ୍ତୁ । ତା ଉପରେ ଆପଣ ୧୦୦ % ଶୁଦ୍ଧ ମହୁ ଲଗାଇ ଦିଅନ୍ତୁ ।

ତା ପରେ ଆପଣ ଏଥିରେ ଗୋଟିଏ ରସୁଣ ପାଖୁଡାର ପେଷ୍ଟ ଲଗାନ୍ତୁ । ଏହାକୁ ଯଦି ସେହିପରି ଦିନେ ଛାଡି ଦିନେ ଖାଲି ପେଟରେ ସେବନ କରନ୍ତି ଓ ତା ସହ ଏକ ଗ୍ଳାସ ଉଷୁମ ପାଣିରେ ଯଦି ଏକ ଚାମଚ ତ୍ରିଫଳା ଚୂନ ମିଶାଇ ଯଦି ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତି ତେବେ ଆପଣ ଦେଖିବେ ଆପଣଙ୍କ ଆଭ୍ଯନ୍ତରୀଣ ଶକ୍ତି ପୁନଃ ବଢିବାକୁ ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button