ମନୋରଞ୍ଜନ

ଆରପାରିରେ ରାଜୁ ଶ୍ରୀବାସ୍ତବ

ଆରପାରିରେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦର୍ଶକମାନେ ଆଉ ଦେଖିବାକୁ ପାଇବେ ନାହିଁ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଷ୍ଟାଣ୍ଡପ୍ କମେଡି। ନିଜ କମେଡିରେ ସମସ୍ତଙ୍କୁ ହସଉଥିବା ରାଜୁ ଶ୍ରୀବାସ୍ତବ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକି ଚାଲି ଯାଇଛନ୍ତି। ଏହି କଥାକୁ ବିଶ୍ୱାସ କରିହେଉ ନାହିଁ ରାଜୁ ଆଉ ଆମ ଗ୍ରହଣରେ ନାହାଁନ୍ତି। ୫୮ ବର୍ଷ ବୟସରେ ଆଖିମୁଜିଲେ ଲୋକପ୍ରିୟ କମେଡିଆନ ରାଜୁ। ଦୀର୍ଘ ୪୨ ଦିନ ଧରି ଦିଲ୍ଲୀ ଏମସରେ ହେଉଥିଲେ ଚିକିତ୍ସତ। ଗତ ଅଗଷ୍ଟ ୧୦ ତାରିଖରୁ ଅସୁସ୍ଥ ଥିବାରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରାଜୁ। ସେହିପରି ତାଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି ରାଜୁଙ୍କ ପରିବାର ଲୋକେ।

ରାଜୁ ଶ୍ରୀବାସ୍ତ 25 ଡିସେମ୍ୱର 1963 ରେ କାନପୁରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜୀବନ ବହୁ ସଂର୍ଘଷମୟ ରହିଥିଲା। ତାଙ୍କ କ୍ୟାରିୟର ଆରମ୍ଭରୁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାପରେ ବି ସେ ସବୁ ଦୁଃଖ କଷ୍ଟ ସହି ପଛଘୁଞ୍ଚା ନଦେଇ ସଂର୍ଘଷ କରିଚାଲିଥିଲେ। ଯାଫଳରେ କି, ସେ ଲୋକଙ୍କ ହୃଦୟରେ ନିଜ ପାଇଁ ଜାଗା ବନେଇବାରେ ସଫଳ ହୋଇଥିଲେ। ତାଙ୍କର 58 ବର୍ଷରେ ମୃତ୍ୟୁ ହୋଇଥିବା ନେଇ ଚାରିଆଡେ ଦୁଃଖର ଛାୟା ଖେଳିଯାଇଛି। ଅନେକ ବଡ ବଡ ଅଭିନେତା ଓ ଅଭିନେତ୍ରୀମାନେ ଟ୍ୱୁଟ କରି ଦୁଃଖ ପ୍ରକାଶ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ରାଜୁ କେବଳ ଟିଭି ଜଗତରେ ନୁହେଁ ଅନେକ ଫିଲ୍ମରେ ମଧ୍ୟ କମେଡି କ୍ୟାରେକ୍ଟରେ ମଧ୍ୟ ନଜର ଆସିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button