ଦେଶ ବିଦେଶ

ମୋରୋକୋ ପରେ ୬ତୀବ୍ରତାର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ – Utkal Mail


ନୂଆଦିଲ୍ଲୀ: ମୋରୋକୋ ପରେ ୬ତୀବ୍ରତାର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ଜଣାଯାଇଛି। ଭୂକମ୍ପର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର ଦୂରରେ ଥିଲା। ଏହା ପୂର୍ବରୁ ଇଣ୍ଡୋନେସିଆର ମୁଖ୍ୟ ଦ୍ବୀପ ଜାଭା ଓ ପର୍ଯ୍ୟଟନସ୍ଥଳୀ ବାଲିରେ ୭ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆରେ ଆତଙ୍କ ଖେଳିଯାଇଥିଲା।

ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭ ମାପ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ପୂର୍ବ ଜାଭାର ଟବାନ ସହରଠାରୁ ୯୬.୫ କିଲୋମିଟର ଉତ୍ତରରେ ଥିଲା । ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୫୯୪ କିମି ଗଭୀରରେ ଥିଲା ।

ଏପ୍ରିଲ ମାସରେ ୨ଥର ଭୂକମ୍ପର ଝଟକା ଲାଗିବା ପରେ ଏବେ ପୁଣି ଥରେ ଭୂକମ୍ପ ହେବା ଇଣ୍ଡୋନେସିଆବାସୀଙ୍କୁ ଡରାଇଛି। କିଛି ଦିନ ତଳେ ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋ‌ରୋକୋରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିଲା। ଏହା ଫଳରେ ୧୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button