ଓଡିଶା

ଆଗେଇ ଚାଲିଛି ଶ୍ରୀସେତୁ ନିର୍ମାଣ କାର୍ଯ୍ୟ

ପୁରୀ: ଦ୍ରୁତ ଗତିରେ ଆଗେଇ ଚାଲିଛି ଶ୍ରୀସେତୁ ନିର୍ମାଣ କାର୍ଯ୍ୟ । ମାଳତିପାଟପୁର ବାଇପାସ ଠାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗ କରୁଥିବା ଏହି ସେତୁ ନିର୍ମାଣ ନେଇ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ସରିଛି । ଏହା ସମ୍ପୂର୍ଣ୍ଣ ହେଲେ ଗମନାଗମନରେ ବେଶ ସହୟକ ହେବ । ସରକାରଙ୍କ ଏହି ପ୍ରକଳ୍ପ ନିର୍ମାଣକୁ ନେଇ ସାଧାରଣରେ ସ୍ୱାଗତ କରାଯାଉଥିବା ବେଳେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଆଗାମୀ ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ସୂଚନା ମିଳିଛି ।

ପୁରୀକୁ ବିଶ୍ୱ ମାନଚିତ୍ରରେ ଏକ ନମ୍ବର କରିବା ଲକ୍ଷ୍ୟରେ ଅନେକ ଗୁଡ଼ିଏ ପ୍ରକଳ୍ପ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି । ସେଥି ମଧ୍ୟରୁ ଶ୍ରୀସେତୁ ପ୍ରକଳ୍ପ ଏକ ପ୍ରମୁଖ ପ୍ରକଳ୍ପ ହୋଇଥିବା ବେଳେ ମାଳତୀ ପାଟପୁର ବାଇପାସ ରାସ୍ତାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଏହା ସଂଯୋଗ କରିବ । ଏହି ସେତୁ ମୁଖ୍ୟତଃ ଟ୍ରମ୍ପେଡ଼ ବ୍ରିଜ ଆକାରର ହେବାକୁ ଥିବା ବେଳେ ଦ୍ରୁତ ଗତିରେ ନିର୍ମାଣ ଜାରି ଆସନ୍ତାବର୍ଷ ମଧ୍ୟରେ ଏହି ବୃହତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପ୍ରାୟ ୧୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଶେଷ ହେଲେ ପୁରୀକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ଗମନାଗମନରେ ସୁବିଧା ହେବ। ଫଳରେ ବାହାରୁ ଆସୁଥିବା ଗାଡି ଗୁଡିକ ସିଧାସଳଖ ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଙ୍ଗକୁ ପହଞ୍ଚିବା ସହ ସେଠାରୁ ବିନା ଟ୍ରାଫିକ ସମସ୍ୟାରେ ପ୍ରତ୍ୟାବର୍ତ୍ତନ କରିହେବ। ସରକାରଙ୍କ ଏହି ବୃହତ ପ୍ରକଳ୍ପ ଯୋଜନାକୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ ଏହାକୁ ଶୀଘ୍ର ଶେଷ କରିବା ନେଇ ମତ ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button