ଦେଶ ବିଦେଶ

ମଦ ବୋତଲ ଉପରେ ସତର୍କ ସୂଚନାକୁ ସୁପ୍ରିମ କୋର୍ଟଙ୍କ ନାଁ

ନୂଆଦିଲ୍ଲୀ: ସିଗାରେଟ ପ୍ୟାକେଟ୍ ପରି ମଦ ବୋତଲରେ ବି ସତର୍କ ସୂଚନା  ରଖିବାକୁ ଅନୁରୋଧ କରି ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟ ସିଗାରେଟ ପ୍ୟାକେଟ ପରି ମଦ ବୋତଲରେ ଚେତାବନୀ ରଖିବାକୁ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ନେଇ ଗଠିତ ଏହି ଆବଦନର ଶୁଣାଣି ନ କରିବାକୁ କହି ଖାରଜ କରିଦେଇଛନ୍ତି।

ଖଣ୍ଡପୀଠ ଏହି ମାମଲାରେ କହିଛନ୍ତି କି,  ସିଗାରେଟ ଯେ ଶରୀର ପାଇଁ କ୍ଷତିକାରକ ତାକୁ ନେଇ ସହମତି ରହିଛି। କିନ୍ତୁ ମଦକୁ ନେଇ ମିଳିତ ମତ ରହିଛି। କିଛି ଅଳ୍ପ ମଦକୁ ଶରୀର ପାଇଁ ଲାଭକାରୀ କହୁଥିବା ବେଳେ କିଛି ଏହାକୁ କ୍ଷତିକାରକ କହିଛନ୍ତି।

ଯାଚିକାରେ ଉପାଧ୍ୟାୟ ଦର୍ଶାଇଥିଲେ କି, ସିଗାରେଟ ପରି ମଦ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏଣୁ କୋର୍ଟ ସରକାରଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଅନ୍ତୁ । ସେ ଆହୁରି ମଧ୍ୟ ଅନୁରୋଧ କରିଥିଲେ ଯେ, ମଦ ପ୍ରସ୍ତୁତି, ବିକ୍ରି ଓ ସେବନର ପରିବେଶଗତ ଓ ସ୍ବାସ୍ଥ୍ୟଗତ ପ୍ରଭାବ ସଂପର୍କରେ ଏକ ଅଧ୍ୟୟନ କରିବାକୁ ଦିଲ୍ଲୀ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button