ଦେଶ ବିଦେଶ

ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୪୦୦ ପଦବୀ ଖାଲି ପଡିଛି ନିଯୁକ୍ତି, ଜାଣନ୍ତୁ କିପରି କରିବେ ଆବେଦନ

ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆପ୍ରେଣ୍ଟିସ୍ ଭର୍ତ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି । ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୪୦୦ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଏଥିରେ ପ୍ରାର୍ଥୀମାନେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ସୁଯୋଗ ଦେଶର ବିଭିନ୍ନ ରାଜ୍ୟରେ ଉପଲବ୍ଧ ହେବ ଏବଂ ମନୋନୀତ ଯୁବକମାନେ ଏକ ନିର୍ଦ୍ଦିଷ୍ଟ ମାସିକ ଷ୍ଟାଇପେଣ୍ଡ ପାଇବେ । ଏହି ଭର୍ତ୍ତି ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଆବେଦନ ତାରିଖ : ଆଜିଠାରୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଧାର୍ଯ୍ୟ ତାରିଖ ପରେ ଆବେଦନ କଲେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ବ୍ୟାଙ୍କ୍ ସ୍ପଷ୍ଟ କରିଛି ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପ୍ରେଣ୍ଟିସସିପ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ । ଏଥିରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ସ୍ନାତକ ଡିଗ୍ରୀ ୧ ଏପ୍ରିଲ ୨୦୨୧ ଏବଂ ୧ ଡିସେମ୍ବର ୨୦୨୫ ମଧ୍ୟରେ ବୈଧ ହେବା ଆବଶ୍ୟକ । ଆବେଦନ ସମୟରେ ପ୍ରାର୍ଥୀମାନଙ୍କୁ ସେମାନଙ୍କର ମାର୍କ ସିଟ୍ ଏବଂ ଡିଗ୍ରୀ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ।

ଆବେଦନ ଶୁଳ୍କ : ପ୍ରାର୍ଥୀଙ୍କ ବର୍ଗ ଅନୁସାରେ ଆବେଦନ ଫିସ୍ ଧାର୍ଯ୍ୟ କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଶୁଳ୍କ କମ୍ ରଖାଯାଇଛି । ଏଥିସହ ଅନୁସୂଚିତ ଜାତି ଜନଜାତି ଏବଂ ସମସ୍ତ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ମଧ୍ୟ କମ୍ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଜେନେରାଲ, ଓବିସି, ଏବଂ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ସାମାନ୍ୟ କମ୍ ରଖାଯାଇଛି । ଶୁଳ୍କ ଅନଲାଇନ୍ ମାଧ୍ୟମରେ ଦେବାକୁ ପଡ଼ିବ ।

ଭର୍ତ୍ତି ପାଇଁ ରାଜ୍ୟରେ ସିଟ୍ : ଏହି ନିଯୁକ୍ତି ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଶିକ୍ଷାର୍ଥୀ ପଦବୀ ପୂରଣ କରିବ । ଆସାମ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟର ଭିନ୍ନ ଭିନ୍ନ ସହର ପାଇଁ ସିଟ୍ ଧାର୍ଯ୍ୟ କରାଯାଇଛି । ସର୍ବାଧିକ ସଂଖ୍ୟାର ସିଟ୍ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟରେ ରହିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବ୍ୟାଙ୍କ ସମଗ୍ର ଦେଶକୁ ଦୃଷ୍ଟିରେ ରଖି ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ।

ଷ୍ଟାଇପେଣ୍ଟ : ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆପ୍ରେଣ୍ଟିସ୍ ୨୦୨୫ ରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଗୋଟିଏ ବର୍ଷର ପ୍ରଶିକ୍ଷଣ ମଧ୍ୟରେ ୧୩ ହଜାର ଟଙ୍କା ଷ୍ଟାଇପେଣ୍ଟ ମିଳିବ । ଏଥି ମଧ୍ୟରୁ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପ୍ରାର୍ଥୀଙ୍କୁ ୮୫୦୦ ଟଙ୍କା ଦେବା ବେଳେ ଆଉ ୪୫୦୦ ଟଙ୍କା ସରକାର ପ୍ରାର୍ଥୀଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ସ୍ଥାନାନ୍ତର କରିବେ । ପ୍ରଶିକ୍ଷଣ ମଧ୍ୟରେ କୌଣସି ଅତିରିକ୍ତ ଷ୍ଟାଇପେଣ୍ଟ ଦିଆଯିବ ନାହିଁ ବୋଲି ବ୍ୟାଙ୍କ୍ ସ୍ପଷ୍ଟ କରିଛି ।

ଚୟନ ପ୍ରକ୍ରିୟା : ବ୍ୟାଙ୍କ ଏବଂ NATS ନିୟମାବଳୀ ଅନୁସାରେ ଶିକ୍ଷାର୍ଥୀଙ୍କର ଚୟନ ପ୍ରକ୍ରିୟା କରାଯିବ। ଏଥିରେ ଶିକ୍ଷାଗତ ଯୋଗ୍ୟତା ଏବଂ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବ । ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପାଇଁ ବିଭିନ୍ନ ବ୍ୟାଙ୍କର ବ୍ରାଞ୍ଚକୁ ପଠାଯିବ । ଯେଉଁଠାରେ ସେମାନେ ବ୍ୟାଙ୍କିଂ କୌଶଳ ଶିଖିବାର ସୁଯୋଗ ପାଇବେ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

ଆପଣଙ୍କୁ ନୂଆ ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିବାକୁ ହେବ ଏବଂ ଲଗଇନ୍ ଆଇଡି ଏବଂ ପାସୱାର୍ଡ ତିଆରି କରିବାକୁ ପଡ଼ିବ

ସେଥିରେ ଦିଆଯାଇଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆପ୍ରେଣ୍ଟିସ୍ ୨୦୨୫ ବିକଳ୍ପକୁ ଚୟନ କରି ଫର୍ମ ପୂରଣ କରିବାକୁ ପଡ଼ିବ

ବ୍ୟକ୍ତିଗତ ସୂଚନା, ଶିକ୍ଷାଗତ ଯୋଗ୍ୟତା ଏବଂ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ

ଶେଷରେ ଫିସ୍ ଦେଇ ଫର୍ମ ଦାଖଲ କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button