ଓଡିଶା

ଐତିହାସିକ ଲଙ୍କାପୋଡ଼ି ଯାତ୍ରାର ସ୍ବତନ୍ତ୍ରତା, ତାଳ ପୋଥିରେ ଖୋଦିତ ରାମାୟଣର କଥା ବସ୍ତୁ

ପିଲାସାଲୁଙ୍କି ନଦୀର ପାର୍ଶ୍ଵରେ ଅବସ୍ଥିତ ରହିଛି ଏୖତିହାସିକ ବିଶିପଡା ଗାଁ ଯାହାକି ପ୍ରଥମେ କନ୍ଧମାଳ ଜିଲ୍ଲା ଫୁଲବାଣୀର ସଦର ମହକୁମା ରହିଥିଲା । ଏହି ଗାଁର ଇତିହାସ ଅନେକ ରହିଛି । ସେଥି ମଧ୍ୟରୁ ଐତିହାସିକ ଲଙ୍କା ପୋଡି ଯାତ୍ରା ଅନ୍ୟତମ । ରାଜ ରାଜୁଡା ଓ ବ୍ରିଟିଶ୍ ସମୟରୁ ତଥା ୧୮୩୫ ମସିହାରୁ ଏହି ଲଙ୍କା ପୋଡି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ପୂର୍ବରୁ ଏହି ବିଶିପଡା ଗାଁରେ ଲୋକମାନଙ୍କ ଆର୍ଥିକ ସ୍ଵଛଳତା ନଥିଲା କିମ୍ୱା ଶିକ୍ଷିତ ନଥିଲେ ଯାହାକି ଏହି ଅଞ୍ଚଳର ଲୋକମାନଙ୍କୁ ଶାସନ କରିବା ସମ୍ଭବ ନଥିଲା ବ୍ରିଟିସ୍ ମାନଙ୍କୁ । ଏହି ଅଞ୍ଚଳର ଲୋକମାନଙ୍କୁ କିପରି ଏକତ୍ରିତ କରାଯାଇ ଶିକ୍ଷିତ କରାଯିବ ସେଥିପାଇଁ ବହୁ ପ୍ରୟାସ କରି ବ୍ରିଟସ୍ ମାନେ ବହୁ ପୂର୍ବ ଇତିହାସ ରାମାୟଣ ସମ୍ପର୍କରେ ଜାଣି ରାମୟଣର ଚରିତ୍ର ସମ୍ପର୍କରେ ଅଞ୍ଚଳବାସୀଙ୍କୁ ଅବଗତ କରାଇଥିଲେ । ସେହିଦିନଠାରୁ ଲଙ୍କା ପୋଡି ଯାତ୍ରା ଆଜି ପର୍ଯ୍ୟନ୍ତ ପାଳନ କରାଯାଉଛି ।

ଏହି ଲଙ୍କା ପୋଡିର ସ୍ଵତନ୍ତ୍ରତା ହେଉଛି ତାଳ ପୋଥିରେ ଖୋଦିତ ପ୍ରତି ଛାନ୍ଦ ଲିଖନ ରହିଛି । ସର୍ବମୋଟ ୯୫୩ ଛାନ୍ଦ ତାଳ ପୋଥି ରହିଛି ରାମାୟଣର ସମସ୍ତ ଚରିତ୍ର ଏଥିରେ ଉଲ୍ଲେଖ ରହିଛି । ଏହାକୁ କବି ଜନାର୍ଦ୍ଧନ ଦାସ ଉଲ୍ଲେଖ କରିଥିବା ମତ ଦିଅନ୍ତି ଗାଁର ମୁଖିଆ ମାନେ । ତାଳ ପୋଥିକୁ ଶ୍ରୀରାମ ମନ୍ଦିର ମଧ୍ୟରେ ଯତ୍ନର ସହ ପୂଜାର୍ଚ୍ଚନା କରି ରଖାଯାଇଥାଏ । ଏଥି ସହ ଶ୍ରୀରାମଙ୍କ ସୈନ୍ୟ ସାମନ୍ତଙ୍କ ସମସ୍ତ ପ୍ରତି ମୂର୍ତ୍ତିକୁ ମଧ୍ୟ ସଜେଇ ରଖାଯାଇଥାଏ । ପ୍ରତିବର୍ଷ ଶ୍ରୀରାମ ନବମୀ ପୂଜା ଆସିଲେ ମନ୍ଦିର ଭିତରୁ ବାହାର କରାଯାଇ ଗାଁ ମଧ୍ୟ ଭାଗରେ ଥିବା ପୂଜା ମଣ୍ଡପଠାରେ ତାଳ ପୋଥିରେ ଲିଖିତ ଥିବା ସମସ୍ତ ଶ୍ରୀରାମଙ୍କ ଚରିତ୍ର ଗାନ କରି ନାଟକ ମାଧ୍ୟମରେ ନାଟକ ପ୍ରସ୍ତୁତ କରାଯାଇଥାଏ । ଦୀର୍ଘ ୧୪ଦିନ ଧରି ରାମାୟଣ କଥା ସମାପ୍ତ ହେବା ପରେ ଲଙ୍କା ପୋଡି ଶେଷ ଦିନ ଗାଁ ମଣ୍ଡପ ଠାରୁ ଗାଁ ଶେଷରେ ଥିବା ଲଙ୍କା ପଡିଆ ପର୍ଯ୍ୟନ୍ତ ଦୀର୍ଘ ଏକ କିଲୋ ମିଟର ଚାଲି ଚାଲି ଯାଇଥାନ୍ତି ରାମଙ୍କ ସମସ୍ତ ସୈନ୍ୟ ଓ ଜୟବୀର ହନୁମାନ ।

ହନୁମାନ ବିଭିନ୍ନ ଲୀଳା କରି ପରିଶେଷରେ ଆୟୋଜିତ ହୋଇଥିବା ଲଙ୍କାପତି ରାବଣଙ୍କ ସ୍ଵର୍ଣ୍ଣମୟ ଲଙ୍କାକୁ ହନୁମାନ ନିଜ ଲାଙ୍ଗୁଡରେ ନିଆଁ ଲଗାଇ ସମ୍ପୁର୍ଣ୍ଣ ଲଙ୍କାକୁ ପୋଡି ଧ୍ୱସଂ କରି ଦିଅନ୍ତି । ବିଶେଷ କରି ବିଶିପଡା ଗାଁର ୪ଗୋଟି ସାହିର ଓଡିଆ ସମ୍ପ୍ରଦାୟର ଲୋକମାନେ ଏହି ଲଙ୍କାପୋଡି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଦିର୍ଘ ୧୪ଦିନ ପର୍ଯ୍ୟନ୍ତ ଉପବାସ ରହି ନିଷ୍ଠା ଓ କାଷ୍ଠାର ସହିତ ପାଳନ କରି ରାମୟଣ ଚରିତ୍ରରେ ଭାଗ ନେଇଥାନ୍ତି । ବିଶିପଡା ପଞ୍ଚାୟତରେ ଥିବା ବିଭିନ୍ନ ଗାଁର ବିଭିନ୍ନ ଜାତିର ଓ ବର୍ଗର ଲୋକମାନେ ସାମିଲ୍ ହୋଇ ଯାତ୍ରା ପରିଚାଳନା କମିଟିକୁ ସହଯୋଗ କରିଥାନ୍ତି । ଏହି ଐତିହାସିକ ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସୁଅ ଛୁଟିଥାଏ ।

ଲଙ୍କାପୋଡି ଯାତ୍ରା ପଡିଆ ଠାରେ ବିଭିନ୍ନ ଅପେରା,ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥିସହ ଦର୍ଶକଙ୍କ ମନ ଆକର୍ଷିକ କରିବା ରାମ ଦୋଳି ମିନା ବଜାର ଓ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଲାଗିଥାଏ । ଐତିହାସିକ ଲଙ୍କା ପୋଡି ଯାତ୍ରାର ଉନ୍ନତି ଓ ବିକାଶ କରିବା ପାଇଁ ଗ୍ରମାବାସୀ ଓ ନାଟକ ପରିଚାଳନା କମିଟି ପକ୍ଷରୁ ତତ୍କାଳିନ ରାଜ୍ୟପାଳ ରଘୁବର ଦାସଙ୍କୁ ମଧ୍ୟ ଅବଗତ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button