Adipurusha ଚଳଚିତ୍ର ଦେଖି ରାଗିଲେ ରାମ, କିଛି ଏଭଳି କହିଲେ Arun Govil

ନମସ୍କାର ବନ୍ଧଗଣ । ସୂଚନା ମୁତାବକ ବଲିଉଡ ର ଆଦିପୁରୁଷ ଚଳଚିତ୍ର ଜୁନ 16 ତାରିଖ ଦିନ ସିନେମା ହଲ୍ ରେ ରିଲିଜ୍ ହୋଇଛି । ଏହି ଚଳଚିତ୍ରକୁ ଦେଖିବା ପାଇଁ ଅନେକ ଲୋକମାନେ ଯାଇଥିଲେ ଏବଂ ସିନେମା ହଲ୍ ରେ ଏହାକୁ ନେଇ ଅନେକ ବାଦବିବାଦ ଦେଖାଯାଇଥିବା ଶୁଣିବାକୁ ମିଳିଛି । ପ୍ରଥମେ ଏହି ସିନେମାକୁ ଦେଖିବା ପାଇଁ ଲୋକେ ବହୁତ ଉଦଯୋଗୀ ହୋଇଥିଲେ ।

ମାତ୍ର ସିନେମାକୁ ଦେଖିବା ପରେ କିଛି ଲୋକେ ଏହାକୁ ପସନ୍ଦ କରିଥିବା ବେଳେ ଆଉ କେତେକ ଲୋକେ ଏହାକୁ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ତେବେ ରାମାୟଣରେ ପୂର୍ବରୁ ଅଭିନୟ କରିଥିବା ଅରୁଣ ଗୋବିଲ ମଧ୍ୟ ନିଜର ମତ ଦେଇକହିଛନ୍ତି । ଏହି ଚଳଚିତ୍ରକୁ କରିବା ପୂବରୁ ଥରେ ରାମାୟଣକୁ ଆଲୋଚନା କରିବା ଉଚିତ୍ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାମାୟଣରେ ରାମ ସୀତା ଓ ହନୁମାନଙ୍କ ଚରିତ୍ର ଉପସ୍ଥାପନ କରିବା ପୂର୍ବରୁ ଲୋକମାନଙ୍କ ବିଶ୍ଵାସ ପ୍ରତି ଧ୍ୟାନ ହେବା ଉଚିତ୍ । ତେବେ ଏସବୁ ବିଚାର ନ କରି ସିନେମାକୁ ରିଲିଜ୍ କରିବାରୁ ଏହାକୁ ନାପସନ୍ଦ କରିଛନ୍ତି ପୁରାତନ ରାମାୟଣରେ ଅଭିନୟ କରିଥିବା ଅରୁଣ ଗୋବିଲ ।



