ଦେଶ ବିଦେଶ

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ ଧରିବାକୁ କାନାଡା ଯିବ ଏନଆଇଏ – Utkal Mail


ନୂଆଦିଲ୍ଲୀ : ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ବିରୋଧରେ ବିଭିନ୍ନ ପ୍ରମାଣ ଧରି ଆସନ୍ତା ମାସରେ କାନାଡା ଓ ଆମେରିକା ଯିବ ଏନଆଇଏ ଓ ଆଇବି ଟିମ୍ । ଉଭୟ ଏଜେନ୍ସି ଏହି ଆତଙ୍କବାଦୀ ବିରୋଧରେ ମିଳିତଭାବେ ପ୍ରମାଣ ସଂଗ୍ରହ କରିଛନ୍ତି । କାନାଡା, ଆମେରିକା, ବ୍ରିଟେନ ଆଦି ଦେଶରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ, ହିଂସାତ୍ମକ ବିକ୍ଷୋଭ, ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା ଧମକ ଆଦି ପଛରେ ପନ୍ନୁର ହାତ ଥିବା ସଂଦେହ କରାଯାଉଛି ଓ ଏ ସଂପର୍କିତ ତଥ୍ୟପ୍ରମାଣ ସଂଗ୍ରହ କରାଯାଉଛି ।

ଅନ୍ୟପକ୍ଷରେ ପନ୍ନୁ ଏବେ କାନାଡାର ଭାଙ୍କୋଭରସ୍ଥିତ ସରେରେ ଖଲିସ୍ତାନ ରାଷ୍ଟ୍ର ସପକ୍ଷରେ ଜନମତ ସଂଗ୍ରହ ଆଳରେ ନିଜର ଏଜେଣ୍ଡା ପ୍ରଚାର କରିବାରେ ବ୍ୟସ୍ତ ଅଛି । ଗୁଇନ୍ଦା ଏଜେନ୍ସିକୁ ମିଳିଥିବା ସୂଚନା ଅନୁଯାୟୀ, ଜି-୨୦ ଶିଖର ସମ୍ମିଳନୀ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବିଫଳ ଉଦ୍ୟମ ପରେ ଏବେ ସେ ଏହି ଗଣମତକୁ ଏକ ନୂଆ ଅସ୍ତ୍ର ରେ ପରିଣତ କରିଛି ।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖଲିସ୍ତାନୀ ଉଗ୍ରବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯିବା ପରେ ପନ୍ନୁ ଏହି ଗଣମତ ବାହାନାରେ ସହାନୁଭୂତି ସଂଗ୍ରହ କରିବାରେ ଲାଗିଛନ୍ତି। କାନାଡାର ଅନେକ ସହରରେ ଏହି ପ୍ରଚାର ଜନମତ ସମ୍ବନ୍ଧୀୟ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ନିଜାରଙ୍କ ହତ୍ୟା ବିଷୟରେ ଉଲ୍ଲେଖ କରାଯାଇଛି । ଏହା ସହିତ ପୋଷ୍ଟରର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଦେଶମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ ଓ ଅନ୍ୟ ନେତାମାନଙ୍କୁ ହତ୍ୟା ଧମକ ଦିଆଯାଇଛି ।

 




Related Articles

Leave a Reply

Your email address will not be published. Required fields are marked *

Back to top button