ଦେଶ ବିଦେଶ

ଜି-୨୦ଅତିଥିଙ୍କୁ ସୁନ୍ଦରବନ ମହୁ, କଶ୍ମୀରୀ କେଶର ସହ ଏସବୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ – Utkal Mail


ନୂଆଦିଲ୍ଲୀ: ରବିବାର ଶେଷ ହୋଇଥିଲା ଜି-୨୦ ଶିଖର ସମ୍ମିଳନୀ। ପ୍ରାୟ ୨୦ଟି ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତକୁ ଆସିଥିବା ଅତିଥିଙ୍କ ସୁରକ୍ଷା ଓ ଖାଇବାପିଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଯିବା ସମୟରେ ମଧ୍ୟ ସେମାନଙ୍କୁ କିଛି ସ୍ବତନ୍ତ୍ର ଉପହାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିବା ଜଣାପଡ଼ିଛି। ସୁନ୍ଦରବନ ମହୁ, କଶ୍ମୀରୀ କେଶର ସହ ନୀଳଗିରି ଚା’ ଅତିଥିଙ୍କୁ ଦିଆଯାଇଥିବା ବକ୍ସରେ ରଖାଯାଇଥିଲା ବୋଲି ଜଣାପଡ଼ିଛି।

୧.କଶ୍ମୀରୀ କେଶର: ଜି-୨୦ ଅତିଥିଙ୍କୁ ଦିଆଯାଇଥିବା ଉପହାର ବକ୍ସରେ କଶ୍ମୀରୀ କେଶର ଦିଆଯାଇଛି। କେଶର ଦୁନିଆର ସବୁଠାରୁ ଲୋକପ୍ରିୟ ଏବଂ ମହଙ୍ଗା ମସଲା। ରୋଷେଇରେ ଏହାକୁ ବ୍ୟବହାର କରାଯାଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥିବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଏହା ଦୂର କରିଥାଏ।

indiatoday

୨. ଉପହାର ବକ୍ସରେ ସୁନ୍ଦରବନ ମହୁ ଥିବା ମଧ୍ୟ ଜଣାପଡ଼ିଛି। ବଙ୍ଗୋପସାଗରରେ ଗଙ୍ଗା, ବ୍ରହ୍ମପୁତ୍ର ଏବଂ ମେଘନା ନଦୀର ମିଳନ ଦ୍ବାରା ସୃଷ୍ଟି ହୋଇଥିବା ଡେଲ୍ଟାରେ ସୁନ୍ଦରବନ୍ ଅବସ୍ଥିତ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ ହେନ୍ତାଳବଣ । ଏହି ଜଙ୍ଗଲରେ ଅନେକ ଜଙ୍ଗଲି ମହୁମାଛି ମହୁଫେଣା କରିଥିବା ଦେଖାଯାଏ। ଏହି ମହୁଫେଣାରୁ ଆସିଥିବା ମହୁକୁ ପ୍ରଧାନମନ୍ତ୍ରୀ ଜି୨୦ ଅତିଥିଙ୍କୁ ଦେଇଥିବା ଜଣାପଡ଼ିଛି।

indiatoday

୩. କଶ୍ମୀରୀ କେଶର ଓ ସୁନ୍ଦରବନ ମହୁ ସହ ଆରକୁ କଫି ମଧ୍ୟ ଅତିଥିଙ୍କୁ ଦିଆଯାଇଛି। ଏହି କଫି ଫସଲ ଆନ୍ଧ୍ରପ୍ରଦେଶର ଆରକୁ ଉପତ୍ୟକାରେ କରାଯାଇଥାଏ। ଏହି କଫି ବିନ୍ସ ଉପତ୍ୟକାର ସମୃଦ୍ଧ ମାଟି ଏବଂ ତାପମାତ୍ରା ଜଳବାୟୁର ମହତ୍ତ୍ୱ ବହନ କରେ।

indiatoday

୪. କଫି ସହିତ ପେକୋଇ ଦାର୍ଜେଲିଙ୍ଗ ଓ ନୀଳଗିରି ଚା’ ମଧ୍ୟ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ଜଣାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button