ଓଡିଶା

ଚୋରି କରିବାକୁ ଆସି ଘର ମାଲିକଙ୍କୁ ଆକ୍ରମଣ

ଯାଜପୁର: ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଚଟୁମାରି ଗ୍ରାମରେ ଅଭାବନୀୟ ଘଟଣା। ଚୋରୀ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକ ମୃତ୍ୟୁ। ଗତକାଲି ବିଳମ୍ୱିତ ରାତିରେ ବିଶ୍ୱ ରଞ୍ଜନ ବିଶ୍ବାଳଙ୍କ ଘରେ କିଛି ଚୋର ପଶିଥିଲେ। ଘର ବାରଣ୍ଡାରେ ଶୋଇଥିବା ବିଶ୍ୱ ରଞ୍ଜନ ନିଦରୁ ଉଠି ଚୋରମାନଙ୍କୁ ଘରେ ପଶିଥିବା ଦେଖି ପାଟି କରିଥିଲେ। ଧାରାପଡିଯିବା ଭୟରେ ଦୁର୍ବୁତ୍ତମାନେ ବିଶ୍ୱଙ୍କ ଉପରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇ ବରି-ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button