ବ୍ୟବସାୟ

ଆମାଜନ୍‌ର ‘ଗ୍ରେଟ୍‌ ଇଣ୍ଡିଆନ୍ ଫେଷ୍ଟିଭାଲ୍‌ ସେଲ୍‌’ରେ ଅଧା ଦରରେ ମିଳିବ ଏହି ସବୁ ଟିଭି – Utkal Mail


ମୁମ୍ବାଇ: ଆମାଜନ୍‌ରେ ଅକ୍ଟୋବର ୮ ତାରିଖରୁ ‘ଗ୍ରେଟ୍‌ ଇଣ୍ଡିଆନ୍ ଫେଷ୍ଟିଭାଲ୍‌-୨୦୨୩’ ସେଲ୍ ଆରମ୍ଭ ହେବାକୁ ଯାଉଛି। ହେଲେ ତାହା ପୂର୍ବରୁ ସ୍ମାର୍ଟ ଟିଭକୁ ନେଇ ଅଫର୍‌ ଘୋଷଣା ହୋଇସାରିଛି। ତେବେ ଚାଲନ୍ତୁ ଜାଣିବା ସ୍ମାର୍ଟ ଟିଭିକୁ ଆପଣ କେତେ ଶସ୍ତାରେ ପାଇପାରିବେ।

ଆମାଜନ୍‌ରେ ସାମ୍‌ସଙ୍ଗ୍‌, ୱାନ୍‌ପ୍ଲସ୍‌, ସୋନି, ଏଲ୍‌ଜି ଏବଂ ଜିଆମି ପରି ବ୍ରାଣ୍ଡ୍‌ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ରେଡ୍‌ମି୪୩-ଇଞ୍ଚ୍‌ ୪କେ ଅଲ୍‌ଟ୍ରା ଏଚ୍‌ଡିକୁ ଏହି ଅଫର୍‌ ସମୟରେ ୨୦୪୯୯ ଟଙ୍କାରେ କିଣିପାରିବେ। ଏହାର ପୁରୁଣା ଦର ରହିଛି ୪୨୯୯୯ ଟଙ୍କା।

ଗ୍ରାହକ ଏହି ଅବସରରେ ପୁରୁଣା ଟିଭିକୁ ବଦଳାଇ ୫୫୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ରିହାତି ପାଇପାରିବେ। ଏଲ୍‌ଜିର ୫୦-ଇଞ୍ଚ୍‌ ୪କେ ଅଲ୍‌ଟ୍ରା ଏଚ୍‌ଡି ଟିଭିକୁ ରିହାତିରେ ୪୦୯୯୦ ଟଙ୍କାରେ କିଣିପାରିବେ। ଏହାର ପୁରୁଣା ଦର ରହିଛି ୬୦୯୯୦ ଟଙ୍କା। ଏଥିରେ ୧୦୦୦ ଟଙ୍କାର ଏକ କୁପନ ବି ମିଳିବ।

ସାମ୍‌ସଙ୍ଗ୍‌ର କ୍ରିଷ୍ଟାଲ୍‌ ୪କେ ଆଇସ୍ମାର୍ଟ ୟୁଲଚ୍‌ଡି ଟିଭିକୁ ୩୨୯୯୦ ଟଙ୍କାରେ କିଣିବାର ସୁଯୋଗ ମିଳୁଛି। ଯଦିଓ ଏହାର ବାସ୍ତବ ମୂଲ୍ୟ ହେଉଛି ୫୩୯୦୦ ଟଙ୍କା।

ୱାନ୍‌ପ୍ଲସ୍‌ ଟିଭି ୪୩ ୱାଇ୧ଏସ୍‌କୁ ୨୬୯୯୯ ଟଙ୍କାରେ କିଣିବାର ସୁଯୋଗ ପାଇବେ ଗ୍ରାହକ। ଏହାର ବାସ୍ତବ ମୂଲ୍ୟ ହେଉଛି ୩୯,୯୯୯ ଟଙ୍କା। ଏହି ଏଲ୍‌ଇଡି ଟିଭିକୁ ନୋ କଷ୍ଟ୍‌ ଇଏମ୍‌ଆଇ ସୁବିଧାରେ ବି କିଣିବାର ସୁଯୋଗ ରହିଛି।

ସୋନି ବ୍ରାଭିଆ ୪କେ ଅଲ୍‌ଟ୍ରା ଏଚ୍‌ଡି ଟିଭି ୬୫-ଇଞ୍ଚ୍‌କୁ ୮୨,୯୯୦ ଟଙ୍କାରେ କିଣିପାରିବେ। ଆପଣ ଜାଣନ୍ତି ଯେ ବିନା ଅଫର୍‌ରେ ଏହି ଟିଭିର ଦର ହେଉଛି ୧,୩୯,୯୦୦ ଟଙ୍କା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button