ରାଜନୀତି

କାହା ଉପରେ ଆକ୍ସନ ନେବେ ହାଇକମାଣ୍ଡ?

ପ୍ରକୃତରେ କିଏ ବିଦ୍ରୋହୀ। ପାଇଲଟ ନା ଗେହଲଟ। ଗେହଲଟଙ୍କ ବିରୁଦ୍ଧରେ ଯଦି ହାଇକମାଣ୍ଡ ଆକ୍ସନ ନିଅନ୍ତି, ତେବେ ପାଇଲଟଙ୍କ ଉପରେ ବି କାହିଁକି ହେବନି। ଏଭଳି ଏକ ଯୁକ୍ତିକୁ ନେଇ ଉଭୟ ପର୍ଯ୍ୟବେକ୍ଷକ ଓ ହାଇକମାଣ୍ଡଙ୍କ କୌଣସି ଦୃଢ଼ ଆକ୍ସନ ଆଗରୁ ଚେତେଇ ଦେଇଛନ୍ତି ଗେହଲଟଙ୍କ ଅନୁଗତ। ୨୦୨୦ରେ ମାନେସରକୁ ଅନୁଗତ ୨୦ ବିଧାୟକଙ୍କୁ ନେଇ ଦଳ ଓ ସରକାରକୁ ଅଡ଼ୁଆରେ ପକାଇଥିବା ପାଇଲଟଙ୍କ ଉପରେ ବି ଆକ୍ସନ ହେଉ ବୋଲି ଦାବିକୁ ତେଜିଲେଣି।

କିଏ ଦଳରେ ଅନୁଶାସନହୀନତା କାମ କରିଛି। ଗେହଲଟ ନା ପାଇଲଟ। ଯଦି ଗେହଲଟ ଆଜି ନିଜ ଅନୁଗତଙ୍କୁ ମତାଇ ଦଳରେ ବଡ଼ ଧରଣର ବିଦ୍ରୋହକୁ ଜନ୍ମ ଦେଇଛନ୍ତି। ତେବେ ସଚିନ ସୁନା ପିଲା ହେଲେ କେମିତି। କାରଣ ୨୦୨୦ରେ ମାନେସରକୁ ଯାଇ ହୋଟେଲରେ ନିଜ ଅନୁଗତ ୧୮ରୁ ୨୦ ବିଧାୟକଙ୍କୁ ନେଇ ଗେହଲଟ ସରକାର ପ୍ରତି ବିପଦ ଆଣିଥିଲେ ପାଇଲଟ। ଯଦି ଗେହଲଟ ବିଶୃଙ୍ଖଳିତ ଆଚରଣ କରିଛନ୍ତି ବୋଲି ହାଇକମାଣ୍ଡ ହୃଦବୋଧ କରୁଛନ୍ତି ଆଉ ଆକ୍ସନ ନେବେ। ତେବେ ଆଗ ପାଇଲଟ କରିଥିବା ବିଶୃଙ୍ଖଳା ଲାଗି ଆକ୍ସନ ହେଉ। ଏଭଳି ଦାବି ତେଜିଲାଣି ଗେହଲଟ କ୍ୟାମ୍ପରୁ। ଆମେ ନିଜ ଲୋକଙ୍କ ସହ କନ୍ଦଳ କରିବାକୁ ଚାହୁଁନୁ। ପର୍ଯ୍ୟବେକ୍ଷକ ଏତେ ଜଲଦି କୌଣସି ନିଷ୍କର୍ସରେ ପହଞ୍ଚିବା ଠିକ୍ ନୁହେଁ। ୧୯ ବିଧାୟକଙ୍କୁ ନେଇ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି। ୧୦୨ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଉନାହାନ୍ତି ବୋଲି ଏକ ବାତାବରଣ ସୃଷ୍ଟି କରାଯାଇଛି। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ଲାଗି ଲଢ଼ିବେ କି ନା, ସୋନିଆ ନିଷ୍ପତ୍ତି ନିଅନ୍ତୁ।

ସେପଟେ ଗେହଲଟ ଯଦି କଂଗ୍ରେସ ସଭାପତି ପଦ ଲାଗି ଲଢୁଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ପଦରେ ରହିବା ସମୀଚିନ ହେବନି ବୋଲି ପାଇଲଟ କହିଥିବାର ଗୁଜବ ଏହା ଭିତରେ ପ୍ରଚାରିତ ହୋଇ ରାଜସ୍ଥାନ ରାଜନୀତିକୁ ସରଗରମ କରିଦେଇଛି। ଯଦିଓ ପାଇଲଟ ଟ୍ୱିଟରେ ସ୍ପଷ୍ଟ କରିଦେଇଛନ୍ତି କି, ସେ ନା ଏ ବାବଦରେ ହାଇକମାଣ୍ଡ ନା ଗେହଲଟଙ୍କ ସହ କଥା ହୋଇଛନ୍ତି। ଆଉ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଧାର୍ଯ୍ୟ ସମୟରେ ହେବ ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ ଅଥୋରିଟିର ଅଧ୍ୟକ୍ଷ ଏମ.ମିସ୍ତ୍ରୀ। ଏ ଯାଏ ଶଶୀ ଥରୁର୍ ଓ ପଓ୍ୱନ ବଂଶଲ ନାମାଙ୍କନ ପତ୍ର ନେଇଛନ୍ତି।

ଜଣେ ଦୁଇ ବର୍ଷ ତଳେ ବିଦ୍ରୋହ କରିଥିଲେ। ଆଉ ଆଜି ଜଣେ ସମୂହ ଇସ୍ତଫା ଚାପ ପକାଇ କ୍ଷମତାକୁ ନିଜ ଅକ୍ତିଆରରେ ରଖିବାକୁ କରିଛନ୍ତି ଆଉ ଏକ ବିଦ୍ରୋହ। ବିବାଦ ଓ ବିଦ୍ରୋହ ଦମନରେ ହାଇକମାଣ୍ଡଙ୍କ ସମୟ ନଷ୍ଟ ହେଉଛି। ସେପଟେ ଭାରତ ଯୋଡ଼ ଭଳି ବଡ଼ ପଦଯାତ୍ରାରେ ଏହାର ପ୍ରତିଫଳନ ବି ପଡ଼ୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button