କ୍ରୀଡା
Trending

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ବାଦ୍‌ ପଡିଲେ ପାଣ୍ଡ୍ୟା, ଦୀପକ ଏବଂ ସାମି

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ। ହେଲେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି। ଆହତଜନିତ ସମସ୍ୟା କାରଣରୁ ଷ୍ଟାର ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ଟି-୨୦ ମ୍ୟାଚ ଖେଳିବ। ତେବେ ଏହି ତିନି ଖେଳାଳି ଟିମରୁ ବାଦ୍‌ ପଡିବା ସିରିଜ ଉପରେ ନିଶ୍ଚିତ ପ୍ରଭାବ ପକାଇବ।

୨୮ ସେପ୍ଟେମ୍ବରରୁ ଆରମ୍ଭ ହେଉଥିବା ଏହି ମ୍ୟାଚ୍‌ ପାଇଁ ଟିମ୍‌ ଅଭ୍ୟାସ ଆରମ୍ଭ କରିଛି। ରୋହିତ ଶର୍ମାଙ୍କ ସହିତ କେଏଲ ରାହୁଲ ଓପନିଂ କରିବେ। ଦୀର୍ଘ ଦିନରୁ ବିରାଟ କୋହଲି ୩ ନଂ ସ୍ଥାନରେ ବ୍ୟାଟିଂ କରୁଛନ୍ତି। ତେଣୁ ବିରାଟ କୋହଲି ୩ ନଂ ସ୍ଥାନରେ ବ୍ୟାଟିଂ କରିବେ। ବିରାଟଙ୍କ ସହିତ ୪ ନଂ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରୁଛନ୍ତି। ଦୁହିଁଙ୍କ ଯୋଡି ପିଚ୍‌ରେ ଭଲ କମାଲ କରୁଛି। ସେହିପରି ଦିନେଶ କାର୍ତ୍ତିକ ଟିମ୍‌ ପାଇଁ ଫିନିଶର ଭୂମିକା ନିର୍ବାହ କରୁଛନ୍ତି। ଇଂଲଣ୍ଡ ଏବଂ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଭଲ ଖେଳିଛନ୍ତି। ତେଣୁ ରୋହିତ ତାଙ୍କୁ ଓ୍ଵିକେଟ କିପିଂ ଦାୟିତ୍ୱ ଭଲ ଭାବେ ତୁଲାଉଛନ୍ତି।

ଟିମରେ ଅଲରାଉଣ୍ଡର ଆବଶ୍ୟକତା ରହିଛି। ରୋହିତ ଶର୍ମା ଅକ୍ଷର ପଟେଲ ଏବଂ ଶାହବାଜ ଅହମ୍ମଦଙ୍କୁ ଅଲରାଉଣ୍ଡର ଭାବେ ଟିମ୍‌ରେ ଜାଗା ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅକ୍ଷର ପଟେଲ ଭଲ ବୋଲିଂ କରିଥିଲେ। ଅକ୍ଷର ପଟେଲ ଏହି ସିରିଜରେ ୮ଟି ଓ୍ଵିକେଟ ନେଇଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦଳରେ ସ୍ଥାନ ମିଳିଛି। ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେୟସ ଆୟର ଏବଂ ମହମ୍ମଦ ଶାମିଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି। ଦୀପକ ହୁଡ୍ଡାଙ୍କ ପିଠିରେ ଆଘାତ ଲାଗିଥିବା ରବିବାର ବିସିସିଆଇ ସୂଚନା ଦେଇଥିଲା। ଆହତ କାରଣରୁ ହୁଡ୍ଡା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ ଚୟନ ପାଇଁ ଉପଲବ୍ଧ ନଥିଲେ।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍, ଦୀପକ ଚହର, ଯଶପ୍ରୀତ ବୁମରା, ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମ୍ମଦ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେପ୍ଟେମ୍ବର ୨୮ରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଦ୍ଵିତୀୟ ମୁକାବିଲା ଅକ୍ଟୋବର ୨ ଗୌହାଟୀ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୪ ଇନ୍ଦୋରରେ ଖେଳାଯିବ। ଏହା ପରେ ଲକ୍ଷ୍ନୌରେ ଅକ୍ଟୋବର ୬ରେ ପ୍ରଥମ ଦିନିକିଆ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ଵିତୀୟ ଦିନିକିଆ ଏବଂ ଅକ୍ଟୋବର ୧୧ରେ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button