ଓଡିଶା

ଏସସିବିରୁ ଶିଶୁ ଚୋରି: ଥାନାରେ ମାମଲା

କଟକ: କଟକ ଏସସିବି ପ୍ରସୂତି ବିଭାଗ ଆଇସିୟୁରୁ ଶିଶୁକନ୍ୟା ଚୋରୀ ଏକ ଯୋଜନାବଦ୍ଧ କାର୍ଯ୍ୟ ବୋଲି ସ୍ପଷ୍ଟ ହୋଇଛି। ପିଲାକୁ ପାଇବା ପରେ ତାର ବାପା ଖୁସି ପ୍ରକାଶ କରିବା ସହିତ ଏହି କାରବାର ରେ ସଂପୃକ୍ତ ସମସ୍ତଙ୍କୁ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି। ମାମଲା କୁ ଗୁରୁତର ଭାବରେ ନେଇ ଏସସିବି ପ୍ରଶାସନ ପକ୍ଷରୁ ମଙ୍ଗଳାବାଗ ଥାନା ରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ସବୁ ଦିଗରୁ ତଦନ୍ତ ଜାରି ରଖିଥିବା ଡିସିପି କହିଛନ୍ତି।

ବିବାଦ ପିଛା ଛାଡୁନାହିଁ ଏସସିବିର। ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ ଚର୍ଚ୍ଚା ରେ କଟକ ବଡ଼ ମେଡ଼ିକାଲ । ତେବେ ଆଇସିୟୁରୁ ଶିଶୁକନ୍ୟା ଚୋରୀ ହୋଇଥିବା ଘଟଣାରେ ସତ୍ୟତା ଥିବା ଜଣା ପଡିବା ପରେ ଘଟଣାକୁ ଅତି ଗୁରୁତର ସହିତ ନେଇ ଏସସିବି ପ୍ରଶାସନ ପକ୍ଷ ରୁ ଏକ ଲିଖିତ ଏତଲା ମଙ୍ଗଳାବାଗ ଥାନା ରେ ଦିଆଯାଇଛି। ତେବେ ଶିଶୁକନ୍ୟା କୁ ଚୋରୀ କରିଥିବା ମହିଳା ସୁଇଟି ରାଉତ ଓ ପରିବାର ସଦସ୍ୟ ଏହି ଘଟଣା ଭିଆଇବା ପାଇଁ ବିଦ୍ଧବଦ୍ଧ ଯୋଜନା କରିଥିବା ଜଣା ପଡିଛି। ।ଏଥିପାଇଁ ଜାଲ ମେଡ଼ିକାଲ କାଗଜପତ୍ର ମଧ୍ୟ କରିଥିଲେ। କାଗଜପତ୍ର ଯାଞ୍ଚ ଓ ସୁଇଟିଙ୍କ ମେଡ଼ିକାଲ ଟେଷ୍ଟ ପରେ ସବୁ ସତ ପଦାକୁ ଆସିଛି।ପୋଲିସ ଏହି ଘଟଣା ରେ ସୁଇଟି ସମେତ ୩ଜଣ କୁ ଅଟକ ରଖି ସବୁ ଦିଗ ରୁ ତଦନ୍ତ ଚଳାଇଛି।

ସେପଟେ ସୋମବାର ଶିଶୁକନ୍ୟା ଚୋରି କୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ତୋଫାନ ଝିଅ କୁ ଫେରି ପାଇବାପରେ ଏବେ ବେଶ ଖୁସି।ତେବେ ଏଭଳି ଘଟଣାର ଉପଯୁକ୍ତ ତଦନ୍ତ ହେବା ନେଇ ସେ ଦାବି କରିଛନ୍ତି।

କର୍ମଚାରୀଙ୍କ ଅବହେଳା ନା ଅପରାଧିକ ମାନସିକତା ।କିଏ ଏହି ଅଘଟଣ ପାଇଁ ଦାୟୀ । ଏହାର ଉଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Related Articles

Leave a Reply

Your email address will not be published. Required fields are marked *

Back to top button