ମନୋରଞ୍ଜନ

ଟିକେଟ ପାଇଁ ୪,୫୦୦ମାଗୁଥିଲେ ଠକ, ଏଭଳି ପ୍ରଶଂସକଙ୍କୁ ବଞ୍ଚାଇଲେ କପିଲ ଶର୍ମା – Utkal Mail


ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ’ ‘ଦି କପିଲ ଶର୍ମା ସୋ’ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଏବଂ ସାରା ଦେଶରେ କପିଲଙ୍କ କମେଡିକୁ ଲୋକେ ପସନ୍ଦ କରନ୍ତି। ତେବେ କିଛି ଠକମାନେ ତାଙ୍କ ନାମ ବ୍ୟବହାର କରି କପିଲଙ୍କ ପ୍ରଶଂସକଙ୍କୁ ବୋକା ବନାଇବାକୁ ଏବଂ ଟଙ୍କା ଠକି ‌ନେବାକୁ ଚେଷ୍ଟା କରିଥିବା ସାମ୍ନାକୁ ଆସିଛି। ହାଇଦ୍ରାବାଦର ଜଣେ ବ୍ୟକ୍ତି ହାସ୍ୟ ଅଭିନେତା କପିଲଙ୍କୁ ଏକ ଅନଲାଇନ୍ ବିଜ୍ଞାପନ ବିଷୟରେ ଜଣାଇ ମେସେଜ୍ କରିଥିଲେ ଯେ, ଆପଣଙ୍କ ସୋ’ ପାଇଁ ଟିକେଟ ବିକ୍ରି କରିବାକୁ ଟଙ୍କା ମଗାଯାଉଛି।

କପିଲଙ୍କ ପ୍ରଶଂସକ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ହାସ୍ୟ ଅଭିନେତାଙ୍କ ନିକଟକୁ ଏହି ବିଜ୍ଞାପନ ପଠାଇ ପଚାରିଥିଲେ, “କପିଲ ସାର୍ ଦୟାକରି ସ୍ପଷ୍ଟ କରନ୍ତୁ ଯେ ଏହି ଖବର ସତ କି? କାରଣ ଆମେ ହାଇଦ୍ରାବାଦରେ ରହୁଛୁ ଓ ଆପଣଙ୍କ ବଡ଼ ପ୍ରଶଂସକ। ଆପଣଙ୍କୁ ଲାଇଭ୍ ଦେଖିବାକୁ ଇଚ୍ଛୁକ।”

କପିଲ ଏକ୍ସରେ ଏହି ପୋଷ୍ଟକୁ ଦେଖିବା ପ‌ରେ ସ୍ପଷ୍ଟ କରିଛନ୍ତି ଯେ, ଏହି ବିଜ୍ଞାପନ ମିଛ। ଆମେ ଲାଇଭ୍ ସୋ’ ପାଇଁ ଟିକେଟ ବିକ୍ରି କରୁନାହୁଁ। ଲାଇଭ୍ ସୁଟ୍ ଦେଖିବା ପାଇଁ ଆମେ ଆମ ଦର୍ଶକଙ୍କୁ କେବେବି ଗୋଟିଏ ଟଙ୍କା ଚାର୍ଜ କରୁନାହୁଁ। ଏହି ପ୍ରକାରର ଠକ ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଧନ୍ୟବାଦ।”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button