କ୍ରାଇମ

ପ୍ରେମିକାକୁ ହତ୍ୟାକରି ବାକ୍ସରେ ପୂରାଇ ବାଇକାରେ ଧରି ବୁଲିଥିଲା ପ୍ରେମିକ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭଦୋହିରେ ଜଣେ ଯୁବତୀଙ୍କ ମୃତଦେହ ପୁଲିସ ଏକ ଲୁହାବାକ୍ସ ଭିତରୁ ଉଦ୍ଧାର କରିବା ପରେ ଚାଞ୍ଚଳ୍ୟ ଖେଳି ଯାଇଛି। ଏହି ଘଟଣାରେ ପୁଲିସ ଯାଞ୍ଚ କରି ମୃତକଙ୍କ ପ୍ରେମିକକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ବାରାଣାସୀରୁ ପାଖାପାଖି ୪୦କିଲୋମିଟର ଦୂର ଭଦୋହି ନିକଟସ୍ଥ ଜାତୀୟ ରାଜପଥ ନିକଟରେ ପ୍ରେମିକ ଉପେନ୍ଦ୍ର ଶ୍ରୀବାସ୍ତବ ନିଜର ପ୍ରେମିକାଙ୍କ ମୃତଦେହକୁ ବାଇକରୁ ପେଟ୍ରୋଲ ବାହାରକରି ଜାଳି ଦେଇଥିଲା। ତେବେ ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହେଉଥିବାରୁ ପ୍ରେମିକ ପ୍ରେମିକାଙ୍କ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉପେନ୍ଦ୍ର ଶ୍ରୀବାସ୍ତବ ଏକ ମଲ୍ଟିନାସନାଲ କମ୍ପାନିରେ କାମ କରେ । ସେ ପଡ଼ିଶ‌ାରେ ରହୁଥିବା ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲା। ଯୁବତୀ ବି ଉପେନ୍ଦ୍ରଙ୍କୁ ଭଲ ପାଉଥିବା କଥା କହିଥିଲେ। ଏହାପରେ ଦୁହେଁ କିଛିଦିନ କଥା ହେବାପରେ ଉପେନ୍ଦ୍ର ଯୁବତୀଙ୍କୁ ତାଙ୍କ କୋଠାକୁ ଆଣିଥିଲେ। ସେଠାରେ ଦୁହେଁ ବାହାରୁ ଖାଇବା ମଗାଇ ଖାଇଥିଲେ। ଏହାପ‌ରେ ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କ ସହିତ କଥା ହେଉଥିବା ଉପେନ୍ଦ୍ର ଜାଣିବାକୁ ପାଇଥିଲା। ସେ ରାଗି ଯାଇଥିଲା। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟ‌ରେ ଯୁକ୍ତିତର୍କ ଲାଗିଥିଲା। ଏଥିରେ ଉପେନ୍ଦ୍ର ତାର ପ୍ରେମିକାଙ୍କୁ ହତ୍ୟା କରିଥିଲା।

ଏହାପ‌ରେ କୋଠାରୁ ପ୍ରେମିକାଙ୍କ ମୃତଦେହ ବ‌ାହାର କରିବା  ପାଇଁ ଏକ ବାକ୍ସ ଯୋଗାଡ଼ କରିଥିଲା। ଏଥିରେ ପ୍ରେମିକାଙ୍କ ମୃତଦେହକୁ ପୂରାଇ ବାଇକ ପଛରେ ରଖି ସହର ସାରା ବୁଲିଥିଲା। ଏହା ପରେ ଜାତୀୟ ରାଜପଥ ନିକଟରେ ବାଇକରୁ ପେଟ୍ରୋଲ ବାହାର କରି ପ୍ରେମିକାଙ୍କୁ ଜାଳି ଦେଇଥିଲା। ବାକ୍ସକୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକ ବାକ୍ସ ‌ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଧରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button