ଜୀବନଶୈଳୀ

କେବଳ ଗୋଟିଏ ଦିନରେ ନିଜର କଳା ଅସୁନ୍ଦର ଓଠକୁ ବନାନ୍ତୁ ପ୍ରାକୃତିକ ଗୋଲାପି- Baba Ramdev Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଓଠ ପ୍ରାକୃତିକ ଉପାୟରେ ଗୋଲାପୀ ହୋଇଯିବ।
ବନ୍ଧୁଗଣ ପ୍ରତ୍ୟେକ ଝିଅ ଚାହିଁଥାଏ ଯେ, ତାଙ୍କ ଓଠ ନରମ କୋମଳ ଏବଂ ଗୋଲାପୀ ରହୁ ବୋଲି। କିନ୍ତୁ କିଛି କାରଣ ଯୋଗୁଁ ଆମ ଓଠ ଫାଟିଥାଏ ଏବଂ କଳା ମଧ୍ୟ ପଡ଼ି ଯାଇଥାଏ। ବନ୍ଧୁଗଣ ଶରୀରରେ ପାଣିର ଅଭାବ ଯୋଗୁଁ ଓଠ ଫାଟି ଥାଏ ଏବଂ କଳା ମଧ୍ୟ ପଡ଼ିଥାଏ ଏବଂ ଏହାସହିତ ଯଦି ପୂରା ଦିନ ଓଠ ରେ ଲିପ୍ସଟିକ ଲଗାଇ ରହିବା ତେବେ ମଧ୍ୟ ଓଠ ଫାଟିଥାଏ ଏବଂ କଳା ପଡିଯାଇଥାଏ ।

ଏହିପରି ଅନେକ କାରଣ ରହିଛି ଯାହାଦ୍ୱାରା ଓଠ ଫାଟିବା ଏବଂ କଳା ପଡ଼ିବାର ସମ୍ଭାବନା ରହିଥାଏ । ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ପ୍ରାକୃତିକ ଗୋଲାପୀ ଓଠ ପାଇ ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆମକୁ ଯେଉଁ ସାମଗ୍ରୀ ଗୁଡ଼ିକ ଆବଶ୍ୟକ ହୋଇଥାଏ ତାହା ଆପଣଂକୁ ଅତି ସହଜରେ ଘରେ ମିଳିଯିବ। ସେହି ସାମଗ୍ରୀ ଗୁଡ଼ିକ ହେଉଛି ନଡ଼ିଆ ତେଲ, ଚିନି, ମହୁ ଏବଂ ଲେମ୍ବୁ ରସ। ବନ୍ଧୁଗଣ ଏହି ସାମଗ୍ରୀ ଗୁଡ଼ିକ ଓଠ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

୨.ବନ୍ଧୁଗଣ ପ୍ରଥମେ ଏକ ପାତ୍ର ରେ ଗୋଟିଏ ଚାମଚ ନଡ଼ିଆ ତେଲ ନିଅନ୍ତୁ ଏବଂ ସେଥିରେ ଅଧ ଚାମଚ ଚିନି ମିଶାନ୍ତୁ। ଏହାପରେ ଏଥିରେ ଅଳ୍ପ କିଛି ମହୁ ମିଶାନ୍ତୁ ଏବଂ ଲେମ୍ବୁ ରସ ମିଶାନ୍ତୁ। ଏହି ସବୁ ସାମଗ୍ରୀ କୁ ଏକାଠି ଭଲ ଭାବରେ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।


୩. ବନ୍ଧୁଗଣ ନଡ଼ିଆ ତେଲ ଓଠ ର କଳାପଣ କୁ ଦୂର କରି ଉଜ୍ଜ୍ୱଳ କରିବାରେ ସହାୟକ ହୋଇଥାଏ। ଲେମ୍ବୁ ରସ ଓଠ ର ସମସ୍ତ ଡେଡ଼ ସେଲ କୁ ବାହାର କରିଥାଏ ଏବଂ ମହୁ ଓଠକୁ ସଫ୍ଟ ରଖିଥାଏ। ଚିନି ର ପ୍ରୟୋଗ ସ୍କ୍ରବ ଭଳି କାର୍ଯ୍ୟ କରିଥାଏ।

୪. ତେବେ ବନ୍ଧୁଗଣ ଏହି ମିଶ୍ରଣ କୁ ପ୍ରତିଦିନ ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ ଏବଂ ଭଲ ଭାବରେ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ ଏବଂ ଏହାକୁ ଏକ ଘଣ୍ଟା ରଖିବା ପରେ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ ଏବଂ ଧୋଇବା ପରେ ଓଠ ରେ ଭାସେଲିନ ନିଶ୍ଚିତ ଭାବରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଓଠ ରେ ଥିବା କଳାପଣ ଦୂର ହୋଇଥାଏ ଏବଂ ଓଠ ଗୋଲାପୀ ହୋଇଥାଏ। ଏହାସହିତ ଓଠ କୋମଳ ଏବଂ ନରମ ରହିଥାଏ। ବନ୍ଧୁଗଣ ଏହାସହିତ ଆପଣ ପ୍ରତିଦିନ ପାଣି ଅଧିକ ମାତ୍ରାରେ ପିଅନ୍ତୁ ଏହା ଦ୍ଵାରା ଶରୀର ସୁସ୍ଥ ରୁହେ ଏବଂ ଏହା ଆମ ସ୍କିନ ଏବଂ ଓଠ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button