ଓଡିଶା

ଡିଭାଇଡର ଉପରେ ଚଢିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର ସଦର,୨୪/୦୯:ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଗଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେକେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥ ପ୍ରାଧିକରଣ ରିମୁଳି-ଯୋଡା ରାସ୍ତାର ବିଲେଇପଦା ଟୋଲ୍ ଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ରିମୁଳି-ଯୋଡା ରାସ୍ତାର ବିଲେଇପଦା ଟୋଲ୍ ଗେଟ୍ ଦେଇ ଚିନ୍ମୟ ନାମକ ଏକ ଯାତ୍ରୀବାହୀ ବସ୍ ଯାଉଥିଲା ।

ସେହି ସମୟରେ ବସଟି ଊବାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ସୌଭାଗ୍ୟବଶତଃ ଗାଡ଼ିଟି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button