ନୀତି

କୁଣ୍ଡାଇ ହେବାର ପ୍ରକୃତ କାରଣ – Utkal Mail


ଚର୍ମ କୁଣ୍ଡାଇ ହେବା ଏକ ସ୍ବାଭାବିକ ଶାରୀରିକ ପ୍ରକ୍ରିୟା। ଚର୍ମ ଉପରେ ଝାଳ ଶୁଖିଯାଇଥିଲେ କି ଅନ୍ୟ କିଛି ବାହ୍ୟ ଦ୍ରବ୍ୟ ସଂପର୍ଶରେ ଆସିଲେ ତାହା କୁଣ୍ଡାଇ ହୋଇଥାଏ ବୋଲି ଆମେ ଭାବିଥାଉ। ମାତ୍ର ବେଳେ ବେଳେ ଆମେ ବସିଥିବା ବେଳେ ହଠାତ୍‌ ଶରୀରର କେଉଁଠି ନା କେଉଁଠି କୁଣ୍ଡାଇବା ଆରମ୍ଭ ହୋଇଯାଇଥାଏ। ତେବେ ଏହା ପଛର ପ୍ରକୃତ କାରଣକୁ ହାଭାର୍ଡ ମେଡିକାଲ୍‌ ସ୍କୁଲର ବିଶେଷଜ୍ଞମାନେ ଆବିଷ୍କାର କରି ପାରିଛନ୍ତି। ଆମ ଶରୀରରେ ଥିବା ‘ଷ୍ଟାଫିଲୋକୋକସ ଔରସ’ ନାମକ ଅଣୁଜୀବ ଦେହରେ ରହିଥିବା ଏକ ପ୍ରକାର ଜୀବକୋଷର ଆମ ସ୍ନାୟୁ କଣିକା ସହ ସଂସର୍ଗ ଘଟିଲେ ଚର୍ମ କୁଣ୍ଡାଇବା ଆରମ୍ଭ ହୋଇଥାଏ ବୋଲି ଜଣାପଡ଼ିଛି।

ଗବେଷକମାନେ ମୂଷାର ଚର୍ମକୁ ଉକ୍ତ ଅଣୁଜୀବ ଦେହରେ ଥିବା ‘ଭି-୮’ ନାମକ ଏଞ୍ଜାଇମ୍‌ ସଂସ୍ପର୍ଶରେ ଆଣି ଏହି ନିଷ୍କର୍ଷରେ ପହଞ୍ଚିପାରିଛନ୍ତି। ଏହି ଏଞ୍ଜାଇମ୍‌ ‘ପାର୍‌-୧’ ନାମକ ଏକପ୍ରକାର ପ୍ରୋଟିନ୍‌କୁ ସକ୍ରିୟ କରାଇ ଚର୍ମରେ କୁଣ୍ଡାଇବା ଅନୁଭବ ସୃଷ୍ଟି କରିଥାଏ। ଏଭଳି ଅଣୁଜୀବ (ବୀଜାଣୁ) କେବଳ ସଂପୃକ୍ତ ଜୀବର ଚର୍ମକୁ କୁଣ୍ଡାଇବା ଅନୁଭବ ଆଣିନଥା’ନ୍ତି, ବରଂ ଏଥି ସହିତ ସେମାନଙ୍କୁ ଅତିସମ୍ବେଦନଶୀଳ ମଧ୍ୟ କରିଦେଇଥା’ନ୍ତି। ଗବେଷକମାନେ କୁଣ୍ଡାଇବାର କାରଣ ଚିହ୍ନଟ କଲା ପରେ ଏବେ ତାହା କିପରି ଦୂର ହୋଇପାରିବ ସେ ଦିଗରେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button