ଓଡିଶା

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପବିତ୍ର ମାଟି ଓ ଜଳ ସଂଗ୍ରହ

ପୁରୀ ୨୮/୯: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ଜିଲ୍ଲାର ପ୍ରମୁଖ ସ୍ୱାଧୀନତା ପୀଠ, ଐତିହ୍ୟ ପୀଠରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇଛି। ଆଜି ପୁରୀ ସହର ସ୍ଥିତ ଗାନ୍ଧୀ ଘାଟଠାରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କ ଦ୍ୱାରା ପବିତ୍ର ମାଟି ସଂଗ୍ରହ କରାଯାଇଥିଲା। ପରେ ଏହି ମାଟିକୁ ଭୁବନେଶ୍ୱରକୁ ପ୍ରେରଣ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ ଏହି ପବିତ୍ର ମାଟି ଓ ଦୟା ନଦୀରୁ ସଂଗୃହିତ ଜଳକୁ ହସ୍ତାନ୍ତର କରିଥିଲେ। ଏହି ପବିତ୍ର ମାଟି ସଂଗ୍ରହ ସମୟରେ ମା ସୁଭଦ୍ରାଙ୍କ ବାଡଗ୍ରାହୀ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ, ପୁରୀ ପୌର କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠ ପରିସରରୁ ପବିତ୍ର ମାଟି ଓ ପୂଣ୍ୟତୋୟା ଦୟା ନଦୀର ଗଡ ବେଗୁନିଆ ପଡା ଘାଟରୁ ପବିତ୍ର ଜଳ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ,ଅନ୍ୟାନ୍ୟ ଲୋକ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସଂଗ୍ରହ କରାଯାଇଥିଲା।ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନ, ରାମଧୂନ ପରିବେଷଣ, ପୂଜାର୍ଚ୍ଚନା ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ବ୍ଲକ କର୍ମଚାରୀ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଗାନ୍ଧୀଙ୍କ ଆଦର୍ଶ, ବିଚାର ,ଜୀବନୀ ଓ ଓଡିଶା ଆଗମନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ନାମରେ ୪ ଗୋଟି ରଥ ସମଗ୍ର ଓଡିଶା ପରିକ୍ରମଣ କରି ସ୍ୱାଧୀନତା ସଂଗ୍ରାମ ଓ ଅହିଂସା ମନ୍ତ୍ରର ଗାଥା ବାଣ୍ଟିଚାଲିଛି। ଏହି ରଥକୁ ପ୍ରତ୍ୟେକ ଜିଲ୍ଲାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଶପ୍ରୀତିର ନମୁନା ଦେଉଛି। ସେହିପରି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକସେବା ଭବନ ପରିସରରେ ଶାନ୍ତି ଓ ପ୍ରଗତିର ପ୍ରତୀକ ସ୍ୱରୂପ ଅଶ୍ୱତଥ୍ ଚାରା ରୋପଣ କରାଯିବ।ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯେଉଁଠାକୁ ମହାତ୍ମାଗାନ୍ଧୀଙ୍କ ଆଗମନ ହୋଇଥିଲା ।ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ସ୍ଥାନ କିମ୍ବା ସ୍ୱାଧୀନତା ସଂଗ୍ରାମ ସହ ଜଡିତ ପ୍ରମୁଖ ସ୍ଥାନରୁ ପବିତ୍ର ମାଟି, ଓ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନକୁ ପଠାଯିବ।
Attachments area

Related Articles

Leave a Reply

Your email address will not be published. Required fields are marked *

Back to top button