ଦେଶ ବିଦେଶ
କେନ୍ଦ୍ରର ଦଶହରା ଭେଟି: ଆଉ ତିନି ମାସ ବଢିଲା ମାଗଣା ରାସନ ଯୋଗାଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ ମାଗଣା ରାସନ ବ୍ୟବସ୍ଥାକୁ ଆଉ ୩ ମାସ ପାଇଁ ବଢାଇ ଦେଇଛନ୍ତି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାର ଭାରତୀୟ ରେଳବାଇ ପାଇଁ ୧୦ହଜାର କୋଟିର ଏସଓପି ମଧ୍ୟ ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛି କି, କେନ୍ଦ୍ର କ୍ୟାବିନେଟ ଆଉ ୩ ମାସ ପାଇଁ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବଢାଇବାକୁ ନିଷ୍ପତ୍ତି ନେଇଛି।