ମନୋରଞ୍ଜନ

TV ସିରିଏଲ “Ramayan”ର ସୀତା ଙ୍କ ରିଅଲ ଲାଇଫ ସ୍ଵାମୀ ଦେଖା ଯାଆନ୍ତି କିଛି ଏମିତି, ଯାହାଙ୍କୁ ଆପଣ ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ ରାମାୟଣ ରେ ମାତା ସୀତା ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଏବଂ ତାଙ୍କ ରିଅଲ ଲାଇଫ ପତି ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ୮୦ ଦଶକ ର ପ୍ରସିଦ୍ଧ ସିରିଏଲ ରାମାୟଣ ସେହି ସମୟରେ ଟିଭି ରେପ୍ରସାରିତ ହେଉଥିଲା। ଏହି ସିରିଏଲ ଟିଭି ଇତିହାସ ର ସବୁଠାରୁ ଅଧିକ ପ୍ରସିଦ୍ଧ ସିରିଏଲ ଅଟେ। ଏହି ସିରିଏଲ ବିଭିନ୍ନ ରେକର୍ଡ ତିଆରି କରିଥିଲା। ଶୁଣିବାକୁ ମିଳେ ଯେ ସେହି ସମୟରେ ଦର୍ଶକ ମାନେ ଏହି ସିରିଏଲ ଟିଭି ରେ ପ୍ରସାରିତ ହେଉଥିବା ସମୟରେ ଦେଖିବା ନିମନ୍ତେ ଲୋକ ମାନଙ୍କ ଘରେ ଭିଡ଼ ଜମା ହୋଇଯାଉଥିଲା।

ସମସ୍ତ ଦର୍ଶକ ଏହି ସିରିଏଲ ଦେଖିବାକୁ ଚାହୁଁଥିଲେ।ଏହି ସିରିଏଲ ରେ ଅଭିନୟ କରିଥିବା କଳାକାର ଘରେଘରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଲୋକ ମାନେ ସେହି କଳାକାର ମାନଙ୍କୁ ସ୍ୱୟଂ ଭଗବାନ ଙ୍କ ରୂପ ବୋଲି ମାନି ନେଇଥିଲେ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଧାରାବାହିକ ରେ ମାତା ସୀତା ଙ୍କ ପବିତ୍ର ଚରିତ୍ର କୁ ପରଦା ରେ ଉପସ୍ଥାପିତ କରିଥିବା ଅଭିନେତ୍ରୀ ଏବଂ ତାଙ୍କ ରିଅଲ ଲାଇଫ ପତି ଙ୍କ ସମ୍ବନ୍ଧରେ କହିବୁ।

ବନ୍ଧୁଗଣ ଟିଭି ସିରିଏଲ ରାମାୟଣ ରେ ମାତା ସୀତା ଙ୍କ ଚରିତ୍ର କୁ ଉପସ୍ଥାପିତ କରିଥିବା ଅଭିନେତ୍ରୀ ଙ୍କ ନାମ ହେଉଛି, ‘ଦୀପିକା ଚିଖଲିଆ’।ଏହି ଅଭିନେତ୍ରୀ ଜଣକ ପୂର୍ବ ଅପେକ୍ଷା ବହୁତ ମାତ୍ରା ରେ ବଦଳି ଯାଇଛନ୍ତି ଏବଂ ବର୍ତ୍ତମାନ ସେ ୫୪ ବର୍ଷ ବୟସର ଅଟନ୍ତି।ଏହି ଅଭିନେତ୍ରୀ ଜଣକ ବହୁତ ଫିଲ୍ମ ଏବଂ ଟିଭି ସିରିଏଲ ରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ରାମାନନ୍ଦ ସାଗର ଙ୍କ ରାମାୟଣ ରେ ସୀତା ମାତା ଙ୍କ ସ୍ୱରୂପରେ ଅଧିକ ପ୍ରସିଦ୍ଧି ପ୍ରାପ୍ତ ହୋଇଥିଲା ଏବଂ ସେ ଏହି ସିରିଏଲ ମାଧ୍ୟମ ରୁ ହିଁ ଅଧିକ ମାତ୍ରା ରେ ଲୋକପ୍ରିୟତା ହାସଲ କରିଥିଲେ।

ଅଭିନେତ୍ରୀ ଦୀପିକା ଚିଖଲିଆ ଏହି ସିରିଏଲ ରେ ମାତା ସୀତା ଙ୍କ ଭୂମିକା କୁ ଏତେ ସୁନ୍ଦର ଭାବରେ ପ୍ରସ୍ଥାପନ କରିଥିଲେ ଯେ, ଦର୍ଶକ ମାନେ ତାଙ୍କୁ ସ୍ୱୟଂ ମାତା ସୀତା ଙ୍କ ଅବତାର ବୋଲି ମାନି ନେଇଥିଲେ ଏବଂ ତାଙ୍କୁ ପୂଜା କରିବାକୁ ଆରମ୍ଭ କରିଥିଲେ। ବନ୍ଧୁଗଣ ଯଦି ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପତି ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ପତି ଙ୍କ ସମ୍ବନ୍ଧରେ ଖୁବ କମ ଦର୍ଶକ ମାନେ ଜାଣିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ପତି ଙ୍କ ସମ୍ବନ୍ଧରେ।

ଅଭିନେତ୍ରୀ ଦୀପିକା ଚିଖଲିଆ ଙ୍କ ପତି ଙ୍କ ନାମ ହେଉଛି, ‘ଏହ୍ମଦ ଟୋପିବାଲା’ ଅଟେ। ଦୀପିକା ଏହି ଏହ୍ମଦ ଟୋପିବାଲା ଙ୍କୁ ବିବାହ କରିଥିଲେ।ଏହ୍ମଦ ଜଣେ କସମେଟିକ କମ୍ପାନୀର ବିଜନେସ ମ୍ୟାନ ଅଟନ୍ତି ଏବଂ ଦୀପିକା ଏହି କମ୍ପାନୀ ର ରିସର୍ଚ୍ଚ ଏବଂ ମାର୍କେଟିଙ୍ଗ ଟିମ ର ହେଡ଼ ଅଟନ୍ତି। ଅଭିନେତ୍ରୀ ଦୀପିକା ଚିଖଲିଆ ଦୁଇଟି କନ୍ୟା ସନ୍ତାନ ର ମାଆ ଅଟନ୍ତି।

ତାଙ୍କର ଦୁଇ ଝିଅ ଙ୍କ ନାମ ନୀତି ଟୋପିବାଲା ଏବଂ ଜୁହି ଟୋପିବାଲା ଅଟେ। ବର୍ତ୍ତମାନ ସମୟରେ ଦୀପିକା ନିଜର ସମ୍ପୂର୍ଣ୍ଣ ଧ୍ୟାନ ନିଜର ଦୁଇ ଝିଅ ଙ୍କୁ ଦେବାରେ ଲାଗିଛନ୍ତି ଏବଂ ସେ ବର୍ତ୍ତମାନ ନିଜର ପରିବାର ସହିତ ନିଜର ସମୟ ଅତିବାହିତ କରୁଛନ୍ତି। ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଟିଭି ସିରିଏଲ ରେ ମାତା ସୀତାଙ୍କ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ‘ଦୀପିକା ଚିଖଲିଆ’ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button