ଦେଶ ବିଦେଶ

‘ଡିସେମ୍ବରରେ ବିବାହ ଥିବା ବେଳେ ଦେଶ ପାଇଁ ସହିଦ ହେଲା ପୁଅ’ – Utkal Mail


ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜୌରୀରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ନର୍ଲା ଗାଁରେ ଏନକାଉଣ୍ଟର ବେଳେ ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ  ଏହି ସମୟରେ ଜଣେ ଯବାନ ସହିଦ ବି ହୋଇଥିଲେ। ଏଥିସହିତ  ଅନ୍ୟ ୩ ଜଣ ଯବାନ ଏଥିରେ ଆହତ ହୋଇଥିଲେ । ଏହି ଅପରେସନ ସମୟରେ ୨୧-ଆର୍ମି ଡଗ୍ ୟୁନିଟରେ ଥିବା ଭାରତୀୟ ସେନାର କୁକୁର କେଣ୍ଟ ମଧ୍ୟ ଦେଶପାଇଁ ପ୍ରାଣବଳୀ ଦେଇଥିଲା ।

ତେବେ ରାଜୌରୀରେ ଆତଙ୍କବାଦୀଙ୍କ ସହିତ ଲଢ଼ି ସହିଦ ହୋଇଥିବା ଯବାନ ରବି କୁମାର କିସତୱାଡ଼ ଜିଲ୍ଲାରେ ବସବାସ କରନ୍ତି। ଗତବୁଧବାର ପାଗ ଖରାପ ଥିବା ହେତୁ ତାଙ୍କ ପାର୍ଥିବ ଶୀରରକୁ  ଗ୍ରାମ ପର୍ଯ୍ୟନ୍ତ ପହଞ୍ଚା ଯାଇ ପାରି ନଥିଲା। ତେଣୁ ଗୁରୁବାର ସହିଦ ରବି କୁମାରଙ୍କ ପାର୍ଥିକ ଶରୀର ତାଙ୍କ ଘରେ ପହଞ୍ଚିଥିଲା। ‌ସେଠାରେ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସହିଦ ରବି କୁମାରଙ୍କ ପରିବାରଲୋକଙ୍କ କହିବାନୁସାରେ, ‘ ପୁଅର ଡିସେମ୍ବର ମାସରେ ବିବାହ ହେବାର ଥିଲା। ଏଥିପାଇଁ ଘରେ ହସଖୁସିରେ ଧୁମଧାମରେ ପ୍ରସ୍ତୁତି ଚାଲିଥିଲା। ବିବ‌ାହ ପାଇଁ ଅଧାରୁ ଅଧିକ ପ୍ରସ୍ତୁତି ସରିଯାଇଥିଲା। ଏଭଳି ସମୟରେ ହଠାତ ପୁଅ ରବିର ସହିଦ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରବିର ଅନ୍ତିମ ସଂସ୍କାର ସରିଥିଲେ ବି ଯେମିତି ଲାଗୁଛି ସେ ଡିୟୁଟିରେ ଥାଇ ଦେଶର ସେବା କରୁଛି। ଏହାକୁ ଭାବି ହିଁ ବଞ୍ଚିବାର ଅଛି। କାରଣ ରବି ଏଦୁନିଆରେ ନଥିବା କଥାକୁ ବିଶ୍ବାସ କରି ଜୀବନ ବଞ୍ଚି ହେବନାହିଁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button