ଓଡିଶା

ବୁଲା କୁକୁରଙ୍କ ପ୍ରତି ଅମାନବୀୟକାଣ୍ଡ

ବ୍ରହ୍ମପୁର: ଅମାନବୀୟ ଆଚରଣ। ମଣିଷ ହେଲେ ବି ପଶୁଠୁ ହୀନ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀଙ୍କ ବୁଲା କୁକୁରଙ୍କ ପ୍ରତି ଅମାନବୀୟକାଣ୍ଡକୁ ନେଇ ସବୁଠି ଚର୍ଚ୍ଚା। ବୁଲା କୁକୁରଙ୍କ ମୁହଁ ଓ ଗୋଡ଼ ବନ୍ଧା ଥିବା ଅବସ୍ଥାରେ ଉଦ୍ଧାର କରିଥିବା ବ୍ରହ୍ମୁପୁର ଜୀବ ସୁରକ୍ଷା ସଂଘ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ସେପଟେ ତଦନ୍ତ ପରେ ଆକ୍ସନ ହେବ ବୋଲି କହିଛନ୍ତି ଏସପି। ବିଶ୍ୱବିଦ୍ୟାଳୟ କୁଳପତି ବି ତିନି ଜଣିଆ ତଦନ୍ତ କମିଟି ଗଢ଼ିଛନ୍ତି।

ମୁହଁ, ଗୋଡ଼ ବନ୍ଧା ହୋଇଛି। ହଲଚଲ ହୋଇପାରୁନାହାନ୍ତି ଏମାନେ। ଏମିତି ନିର୍ଦ୍ଦୟ ଭାବେ ୧୨ଟି ବୁଲା କୁକୁରଙ୍କୁ ବାନ୍ଧି ଦେଇଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀ। ଗୋଟିଏ କୋଠରୀରେ ବନ୍ଦ କରିଦେବା ସହ ଏମାନଙ୍କ ଖାଇବାରେ ବିଷ ଦେଇ ମାରିବାକୁ କୁଆଡ଼େ ଯୋଜନା ହୋଇଥିଲା। କିନ୍ତୁ ହଷ୍ଟେଲର କିଛି ଛାତ୍ରୀ ଏ ସଂକ୍ରାନ୍ତରେ ଜାଣିପାରି ଏମାନଙ୍କୁ ଉଦ୍ଧାର ସକାଶେ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସହଯୋଗ ଲୋଡ଼ିଥିଲେ। ଆଉ ଅପରାହ୍ନରେ ସଂଘର ସଦସ୍ୟ ଭଞ୍ଜବିହାର ଫାଣ୍ଡିରେ ପହଞ୍ଚି ପୁଲିସକୁ ଅବଗତ କରାଇବା ସହ ସାଥୀରେ ପୁଲିସକୁ ନେଇ ଛାତ୍ରୀ ନିବାସ ଯାଇଥିଲେ। ଆଉ ବନ୍ଧା ହୋଇଥିବା କୁକୁରଙ୍କୁ ଉଦ୍ଧାର କରିଥିଲେ।

ତେବେ ହଷ୍ଟେଲ୍ ଓ୍ୱାର୍ଡେନ ଓ କିଛି ଛାତ୍ରଛାତ୍ରୀ ପୁଲିସ ଆଣି ଏଭଳି ଉଦ୍ଧାର ଘଟଣାକୁ ବିରୋଧ କରିଥିଲ। ଫଳରେ କିଛି ସମୟପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସପିଙ୍କୁ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିବେ ବୋଲି କହିଛି ଜୀବ ସୁରକ୍ଷା ସଂଘ। ହଷ୍ଟେଲ ଓ୍ୱାର୍ଡେନ୍ କହିଥିଲେ କି, କୁକୁର କାମୁଡ଼ା ଭୟରେ ବୁଲା କୁକୁରଙ୍କୁ ଅନ୍ୟତ୍ର ନେବାକୁ ବିଏମସି ଓ ବିଶ୍ୱବିଦ୍ୟାଳୟ କର୍ମଚାରୀ ବାନ୍ଧିଥିଲେ। ଏସପି କହିଛନ୍ତି, ଘଟଣାର ତଦନ୍ତ ହେବ ଓ ଆକ୍ସନ ହେବ। ବିଶ୍ୱବିଦ୍ୟାଳୟ କୁଳପତି ବି କହିଛନ୍ତି, ଏଭଳି ଅଭାବନୀୟ ଘଟଣା କେଉଁ ପରିସ୍ଥିତିରେ ଘଟିଲା ଆଉ କିଏ କିଏ ସଂପୃକ୍ତ, ସେ ନେଇ ଗଠିତ ତିନି ଜଣିଆ କମିଟି ତଦନ୍ତ କରିବ।

ବୁଲା କୁକୁର କାମୁଡ଼ା ଭୟରେ କିଏ କହୁଛି ଏମିତି ବାନ୍ଧିଦିଆଯାଇଥିଲା। ତ କିଏ କହୁଛି, ଏହାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା ହୋଇଛି। ହେଲେ ତଦନ୍ତ ପରେ ପ୍ରକୃତ କଥା ପଦାକୁ ଆସୁ ବୋଲି ସବୁଠି ଦାବି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button