ଦେଶ ବିଦେଶ
୨ ଯବାନଙ୍କୁ ଉଠାଇ ନେଲେ ଆତଙ୍କବାଦୀ

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦୁଇ ଯବାନଙ୍କୁ ଉଠାଇ ନେଇଛନ୍ତି ଆତଙ୍କବାଦୀ। ଅନନ୍ତନାଗର ଜଙ୍ଗଲରୁ ଦୁଇ ସେନା ଯବାନଙ୍କୁ ଆତଙ୍କବାଦୀମାନେ ଅପରହଣ କରି ନେଇଛନ୍ତି। ତେବେ ଆତଙ୍କବାଦୀଙ୍କ କବଳରୁ ଜଣେ ଯବନା ଖସି ପଳାଇ ଆସିବାରେ ସଫଲ ହୋଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ ଅନନ୍ତନାଗର କୋକର୍ଣ୍ଣାଗ ଅଞ୍ଚଳର ଶଙ୍ଗାସରୁ ଆତଙ୍କବାଦୀମାନେ ଟେରିଟୋରିଆଲ୍ ଆର୍ମି ସୈନିକଙ୍କୁ ଅପହରଣ କରି ନେଇଛନ୍ତି। ତେବେ ଜଣେ ଯବାନ ଆତଙ୍କବାଦୀଙ୍କୁ ଚକ୍ମା ଦେଇ ଘଟଣାସ୍ଥଳରୁ ଖସି ପଳାଇ ଆସିବାରେ ସଫଳ ହୋଇଥିବା ସୂଚନା ମିଳିଛି। ସେଠାରୁ ଖସି ଆସିବା ପରେ ସେ ସେନାକୁ ଏନେଇ ସୂଚନା ଦେଇଛନ୍ତି। ନିଖୋଜ ସୈନିକଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଜାରି ରଖିଛି।
ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଅକ୍ଟୋବର ୮ରେ ଜମ୍ମୁ କଶ୍ମୀରରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏଠାରେ ନ୍ୟାସନାଲ କନ୍ଫରେନ୍ସ-କଂଗ୍ରେସ ମେଣ୍ଟର ନୂତନ ସରକାର ଗଠନ ହେବାକୁ ଯାଉଛି।