ଚର୍ଚ୍ଚାରେ ‘ଯବାନ’ ଅଭିନେତ୍ରୀ ନୟନତାରା – Utkal Mail
ନୂଆଦିଲ୍ଲୀ: ଅଭିନେତ୍ରୀ ନୟନତାରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ଯବାନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରାଙ୍କୁ ‘ଯବାନ’ ସିନେମାରେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳୁଛି।
ପରଦାରେ ନୟନତାରାଙ୍କୁ ପୁଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ କରୁଛନ୍ତି। ‘ଯବାନ’ ସିନେମା ରିଲିଜ ପରେ ଚର୍ଚ୍ଚାରେ ଥିବା ନିୟନତାରାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଯମଜ କନ୍ୟା ମା’ । ତେବେ ସରୋଗେସି ପ୍ରଣାଳୀରେ ନୟନତାରା ମାତୃତ୍ବ ଲାଭ କରିଛନ୍ତି।
‘ଯବାନ’ ସିନେମା ରିଲିଜ ପରେ ନୟନତାରାଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଯେଉଁଥିରେ ସେ କହିଥିଲେ, ମୁଁ ସୁସ୍ଥ ରହିବା ପାଇଁ ସବୁବେଳେ ନିଜ ହାତରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରେ। ଦିନକୁ ୧୦-୧୪ ଗ୍ଲାସ ପାଣି ପିଇଥାଏ। ସୁବିଧା ହେଲେ ମୁଁ ପ୍ରତିଦିନ ପଇଡ଼ ପାଣି ପିଇବାକୁ ପସନ୍ଦ କରେ। ଏହା ଶରୀରକୁ ହାଇଡ୍ରେଟ ରଖିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ।
ଏମିତି କି ମୁଁ ୱାର୍କ ଆଉଟ କରିବାକୁ କେବେ ଭୁଲେ ନାହିଁ। ଯଦି ସମୟ ନମିଳେ ସୁଟିଂ ସେଟରେ ୩୦ମିନିଟ ହେଉ ପଛେ ୱାର୍କ ଆଉଟ କରିଥାଏ। ୱାର୍କଆଉଟ ନକଲେ ମୋତେ ଜମାରୁ ଭଲ ଲାଗି ନଥାଏ। ତେଣୁ ମୁଁ କାମରେ ବ୍ୟସ୍ତ ଥିଲେ ବି ସୁଯୋଗ ଖୋଜୁଥାଏ କେଉଁଠୁ ଟିକେ ସମୟ ବାହାର କରି ୱାର୍କ ଆଉଟ କରିବି।



