ଆପଣ ନିୟମିତ ଚା’ ପିଉଛନ୍ତି କି? ତେବେ ଭୂଲରେ ବି ଚା’ ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ନିତିଦିନିଅଆ ଜୀବନରେ ପ୍ରାୟ ସମସ୍ତେ ଚା’ ପିଇଥାନ୍ତି । କିଏ ଚା’ ସହିତ ବିସ୍କୁଟ୍ ଖାଇଥାଏ ତ କିଏ ରୁଟି । ହେଲେ ଏମିତି କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକୁ ଚା ସହିତ ଖାଇବା ଦ୍ବାରା ଶରୀରର ବିଭିନ୍ନ କ୍ଷତି ହୋଇଥାଏ । ଆପଣ ଜାଣିନଥାଇ ପାରନ୍ତି ଯେ ଆପଣ ଯଦି ଏସବୁ ଖାଦ୍ୟ ଖାଉଥାନ୍ତି ତେବେ ଆପଣଙ୍କୁ ଭୋଗିବାକୁ ପଡିପାରେ ଅନେକ ସମସ୍ୟା । ତେଣୁ ତୁରନ୍ତ ଚା’ ସହିତ ଏହାକୁ ଖାଇବା ବନ୍ଦ କରନ୍ତୁ ।
ତେବେ ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ :
– ଯଦି ଆପଣ ସକାଳ ସମୟରେ ଚା’ ପିଉଛନ୍ତି, ତେବେ ତା’ ସହିତ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଟେନିନ୍ ରହିଥାଏ, ଯାହା ଆଇରନକୁ ଅବଶୋଷିତ କରିଥାଏ । ଏହା ଦ୍ୱାରା ଶରୀରରେ ଆଇରନର ମାତ୍ରା କମ୍ ହୋଇ ଯାଇଥାଏ ।
-ଆଇରନଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ । କିନ୍ତୁ କେବେ ହେଲେ ଏହାକୁ ଚା’ ସହିତ ଖାଆନ୍ତୁ ନାହିଁ । ଏପରି କଲେ ରକ୍ତହୀନତା ସହ ଅନେକ ସମସ୍ୟା ଦେଖାଦେଇପାରେ ।
– ଚା’ ସହିତ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଥିବା ଟେନିନ୍ ପ୍ରୋଟିନକୁ ଅବଶୋଷିତ କରି ଶରୀରକୁ କ୍ଷତି ପହଞ୍ଚାଇଥାଏ ।
– ଚା’ର ସେବନ କରୁଥିଲେ ତା’ ସହ ସବୁଜ ପରିବା ଖାଆନ୍ତୁ ନାହିଁ । ବ୍ରୋକଲି, ପୋଇ, ମୂଳା ଇତ୍ୟାଦି ପରିବାରେ ଭରପୂର ମାତ୍ରରେ ଆଇରନ ରହିଥାଏ । ଯାହାଦ୍ୱାରା ଚା’ ସହିତ ଏହାକୁ ସେବନ କଲେ ଶରୀରରେ ରକ୍ତହୀନତା, ପାଚନ ସମ୍ବନ୍ଧିତ ସମସ୍ୟା, ପେଟରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଯାଇଥାଏ ।



